Latest Odisha News

ଆଜିଠୁ ୧୭ତାରିଖ ଯାଏଁ ବନ୍ଦ ରହିବ ହାଇକୋର୍ଟ

କଟକ: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । କୋଭିଡ଼ ସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟକୁ ବନ୍ଦ ରଖାଯାଇଛି । ଆଜିଠାରୁ ୫ଦିନ ଯାଏଁ ହାଇକୋର୍ଟକୁ ବନ୍ଦ ରଖାଯାଇଛି । ଆଜିଠାରୁ ଜାନୁଆରୀ ୧୭ଜାନୁଆରୀ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ବନ୍ଦ ରଖିବାକୁ ହାଇକୋର୍ଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଜାନୁଆରୀ ୧୮ତାରିଖରୁ ହାଇକୋର୍ଟ ପୁଣିଥରେ କାର୍ଯ୍ୟକାରୀ ହେବ । ଏନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଜାନୁଆରୀ ୧୮ତାରିଖରୁ ହାଇକୋର୍ଟ ଦୁଇ ଡ଼ିଭିଜନ ବେଞ୍ଚ ଓ ୭ଟି ସିଙ୍ଗଲ ବେଞ୍ଚ କେବଳ ଜରୁରୀ ମାମଲାର ଶୁଣାଣୀ କରିବେ । ଏହା ଫେବୃଆରୀ ୪ତାରିଖ ପର୍ଯ୍ୟନ୍ତ ଚାଲିବ । ଯେଉଁ ମାମଲା ଗୁଡ଼ିକ ନିର୍ଦ୍ଧିଷ୍ଟଭାବେ ଜାନୁଆରୀ ୧୮ରୁ ଫେବୃଆରୀ ୪ ଭିତରେ ଶୁଣାଣୀ ପାଇଁ ପୂର୍ବରୁ ତାରିଖ ଧାର୍ଯ୍ୟ କରାଯାଇଥିଲା ତାହା ଫେବୃଆରୀ ୭ତାରିଖରୁ ଶୁଣାଣୀ ପାଇଁ ତାଲିକାଭୁକ୍ତ ହେବ । ଆଜି ବସିବାକୁ ଥିବା ପୂର୍ଣ୍ଣକୋର୍ଟ ୧୮ତାରିଖ ଦିନ ୨ଟାବେଳେ ଭର୍ଚୁଆଲ ମୋଡ଼ରେ ବସିବ ।

Comments are closed, but trackbacks and pingbacks are open.