Latest Odisha News

BREAKING NEWS

ଦେଶରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ବିଶେଷଜ୍ଞଙ୍କ ଅନୁଯାୟୀ ଜାନୁଆରୀ ଶେଷ ସୁଦ୍ଧା ଭାରତରେ କୋଭିଡ ସଂକ୍ରମଣର ମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ରିପୋର୍ଟ ଅନୁଯାୟୀ ପ୍ରାୟ ୮ ମାସ ମଧ୍ୟରେ ଦେଶରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ମାମଲା ୨ ଲକ୍ଷ ଟପିଛି।

ଗତ ୨୪ ଘଣ୍ଟା ମଧ୍ୟରେ ୨, ୪୭,୪୧୭ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଯାହା କାଲି ତୁଳନାରେ ୨୭% ଅଧିକ ରହିଛି। ଏହାସହିତ ୮୪,୮୨୫ ଜଣ ଗତ ୨୪ ଘଣ୍ଟା ମଧ୍ୟରେ ଆ‌ରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ମାମଲା ରହିଛି ୧୧, ୧୭, ୫୩୧। ଦୈନିକ ପଜିଟିଭିଟି ହାର ରହିଛି ୧୩.୧୧%। ଏହାସହିତ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଅତିକ୍ରମ କରି ୫,୪୮୮ରେ ପହଞ୍ଚିଛି।

Comments are closed, but trackbacks and pingbacks are open.