ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଜଗବନ୍ଧୁଙ୍କୁ ମିଳିଲା ଜାମିନ । ହାଇକୋର୍ଟ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଜାମିନ ଦେଇଛନ୍ତି । ୩ଟି ମାମଲାରୁ ମାତ୍ର ୨ଟି ମାମଲାରେ ଜଗବନ୍ଧୁଙ୍କୁ ମିଳିଛି ଜାମିନ । ଗୋଟିଏ ମାମଲାରେ ଜଗବନ୍ଧୁଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ ।
ମିିଳିଥିବା ସୂଚନା ଅନୁଯାୟୀ, ଖଣ୍ଡଗିରି ଥାନାର ଶ୍ରଦ୍ଧାଞ୍ଜଳି ମାମଲାରେ ଜଗବନ୍ଧୁଙ୍କୁ ଜାମିନ ମିଳିଛି । ଅର୍ଚ୍ଚନା ନାଗ କେସରେ ଶ୍ରଦ୍ଧାଞ୍ଜଳି ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଶ୍ରଦ୍ଧାଞ୍ଜଳି ନିଜେ ପିଡିତା ବୋଲି ଦର୍ଶାଇ ଖଣ୍ଡଗିରି ଥାନାରେ ଅର୍ଚ୍ଚନା, ଜଗବନ୍ଧୁ ଓ ସହଯୋଗୀ ଜଗବନ୍ଧୁ ନାଁରେ ଲିଖିତ ଅଭିଯୋଗ ଆଣିବା ପରେ ସେମାନଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଏହା ବାଦ ଜଗବନ୍ଧୁଙ୍କ ନାଁରେ ନୟାପଲ୍ଲୀ ଥାନାରେ ମାମଲା ଓ ଇଡିରେ ମାମଲା ରହିଛି ।
ହାଇକୋର୍ଟ ଏବେ ଜଗବନ୍ଧୁଙ୍କୁ କେବଳ ଶ୍ରଦ୍ଧାଞ୍ଜଳି କେସରେ ଜାମିନ ପ୍ରଦାନ କରିଛନ୍ତି । ଅନ୍ୟ ଦୁଇଟି ମାମଲାରେ ଯେହେତୁ ଜାମିନ ମିଳିନାହିଁ ତେଣୁ ଜଗବନ୍ଧୁ ଜାମିନ ପାଇଲେ ବି ଜେଲରୁ ମୁକୁଳି ପାରିବେ ନାହିଁ ।
ସୂଚନାଥାଉ କି, ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିବା ଅଭିଯୋଗ ହୋଇଥିଲା । ଏଥିରେ ଅର୍ଚ୍ଚନାଙ୍କ ସମେତ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ତଥା ସହଯୋଗୀ ଖଗେଶ୍ୱର ବନ୍ଧା ହୋଇ ଏବେ ଝାରପଡ଼ା ଜେଲ୍ରେ ଅଛନ୍ତି। ଇଡି ଅର୍ଚ୍ଚନା, ଜଗବନ୍ଧୁଙ୍କ ଆଲିସାନ ବଙ୍ଗଳା ସମେତ ଖଗେଶ୍ୱରଙ୍କ କୋଠାକୁ ବି ଜବତ କରିଛି ।
Comments are closed.