Latest Odisha News

BREAKING NEWS

ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା କରୋନାର ନୂଆ ୬୧୮ଟି ମାମଲା

ନୂଆଦିଲ୍ଲୀ: ଭାରତରେ ପୁଣି କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନ ହେଲା ଦେଶରେ କରୋନା ମାମଲାରେ କ୍ରମାଗତ ବୃଦ୍ଧି ଘଟିଛି। ଗତ କିଛି ଦିନ ହେବ ଦେଶରେ ୪୦୦ରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୧୮ଟି ନୂଆ କରୋନା ମାମଲା ଆସିଛି । ୧୧୭ ଦିନ ପରେ ଆଜି ଦେଶରେ ଗୋଟିଏ ଦିନରେ ୬୦୦ରୁ ଅଧିକ ନୂଆ କରୋନା ମାମଲା ଆସିଥିବାବେଳେ ଏହାପୂର୍ବରୁ, ନଭେମ୍ବର ୧୮, ୨୦୨୨ରେ ଦେଶରେ ୬୫୬ ଟି ନୂଆ କରୋନା ମାମଲା ଆସିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ୬୨୮ଜଣ ନୂଆ କରୋନା ସଂକ୍ରମିତ ରୋଗୀଙ୍କ ବାବଦରେ ଜଣାପଡିଥିବାବେଳେ କରୋନା ସଂକ୍ରମଣ ହେତୁ ୫ ଜଣଙ୍କର ମୃତ୍ୟୁ ଖବର ଆସିଛି।

କର୍ଣ୍ଣାଟକରେ ଦୁଇ ଜଣ, ମହାରାଷ୍ଟ୍ରରେ ଦୁଇ ଜଣ ଏବଂ ଉତ୍ତରାଖଣ୍ଡରେ ଜଣେ ବ୍ୟକ୍ତିଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି। ଏହାପୂର୍ବରୁ ଗତକାଲି ୪୦୨ଟି ନୂଆ କରୋନା ମାମଲା ଆସିଥିବାବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଅର୍ଥାତ୍ ଗତକାଲି ତୁଳନାରେ ଆଜି ଦେଶରେ ୨୧୬ଟି ନୂତନ ମାମଲା ରିପୋର୍ଟ ହୋଇଛି। ଏହା ସହିତ ଦେଶରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୪ କୋଟି ୪୬ ଲକ୍ଷ ୯୧ ହଜାର ୯୫୬ କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪ କୋଟି ୪୧ ଲକ୍ଷ ୫୬ ହଜାର ୯୭୦କୁ ବୃଦ୍ଧି ପାଇଥିବାବେଳେ ମୋଟ ୫ ଲକ୍ଷ ୩୦ ହଜାର ୭୮୯ ଜଣଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.