Latest Odisha News

ଆଜି ଭାଙ୍ଗିବନି ବୈକୁଣ୍ଠଧାମ ସେବାଶ୍ରମ, ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ

କଟକ: ଆଜି ଭାଙ୍ଗିବନି ଭୁବନେଶ୍ବରର ବୈକୁଣ୍ଠଧାମ ସେବାଶ୍ରମ । ଉଚ୍ଛେଦ ଉପରେ ରହିତାଦେଶ ଜାରି କାରିଛନ୍ତି ହାଇକୋର୍ଟ । ଡିସେମ୍ବର ୧୨ ଯାଏ ହାଇକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା । ତେବେ ଆଜି ସେବାଶ୍ରମ ଭାଙ୍ଗିବାକୁ ବିଡିଏ ଯୋଜନା କରିଥିବା ବେଳେ ଆଶ୍ରମ ଖାଲି କରିବାକୁ ଦିଆଯାଇଥିଲା ନିର୍ଦେଶ । ଏବେ ଏହା ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଆସନ୍ତା ଡିସେମ୍ବର ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ସୂଚନାଯୋଗ୍ୟ, ଭୁବନେଶ୍ବର ଖଣ୍ଡଗିରି ବାରିସ୍ଥିତ ବିବାଦୀୟ ବୈକୁଣ୍ଠଧାମ୍‌ ଆଶ୍ରମ ଉଚ୍ଛେଦ ପ୍ରସଙ୍ଗରେ ହାଇକୋର୍ଟ ସେବାଶ୍ରମକୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ତେବେ ଆଜି ବୈକୁଣ୍ଠଧାମ ଆଶ୍ରମ ଭାଙ୍ଗିବା ନେଇ ବିଡିଏ ପକ୍ଷରୁ ଘୋଷଣା ହୋଇଥିଲା। ଜିଏ, ବିଡିଏ ଓ କମିସନରେଟ୍ ପୋଲିସର ମିଳିତ ଉଦ୍ୟମରେ ଏହି ଆଶ୍ରମକୁ ଭଙ୍ଗାଯିବ ବୋଲି ଘୋଷଣା କରିଥିଲା ବିଡିଏ । ଏଥିସହ ଆଶ୍ରମ ଖାଲି କରିବା ପାଇଁ ମାଇକରେ ଘୋଷଣା କରିଥିଲା ବିଡିଏ । ଏହାକୁ ବିରୋଧ କରି ବୈକୁଣ୍ଠନାଥଧାମ୍‌ ସେବାଶ୍ରମ ଟ୍ରଷ୍ଟ ପକ୍ଷରୁ ହାଇକୋର୍ଡରେ ମାମଲା ଦାୟର କରାଯାଇଥିଲା ।

ତେବେ ଗତକାଲି ହାଇକୋର୍ଟ ଏହାର ଶୁଣାଣି କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସାଧାରଣ ପ୍ରଶାସନ ବିଭାଗ ଇଷ୍ଟେଟ ନିର୍ଦ୍ଦେଶକ, ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ଭୁବନେଶ୍ବର ଉପଜିଲ୍ଲାପାଳ, ତହସିଲଦାର, ଡିସିପି, ବିଡିଏ, ବିଏମସି, ଭରତପୁର ଥାନା ଆଇଆଇସି ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହି ଆଶ୍ରମକୁ ୨୦୨୪ ଡିସେମ୍ବର ୧୨ ତାରିଖ ଯାଏଁ ଭଙ୍ଗାଯାଇପାରିବନି ବୋଲି ହାଇକୋର୍ଟ କହିଛନ୍ତି।

Leave A Reply

Your email address will not be published.