Latest Odisha News

BREAKING NEWS

ଶକ୍ତିଶାଳୀ ହେବ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ କିଟ୍‌ କ୍ୟାମ୍ପସ-୫ ଠାରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ୧୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କୁ ଶୋଷଣ, ନିର୍ଯାତନା ଓ ଯୌନ ଉତ୍ପୀଡନରୁ ସୁରକ୍ଷା ଦେବା ପାଇଁ ସରକାର ସମ୍ବେଦନଶୀଳ ଅଛନ୍ତି ବୋଲି କହିଛନ୍ତି। ଆୟୋଗକୁ ଶକ୍ତିଶାଳୀ କରିବାକୁ ସମସ୍ତ ପ୍ରଚେଷ୍ଟା କରାଯିବା ସହ ହେଲ୍ପ ଲାଇନ ନମ୍ବରକୁ ଗାଁ ଗାଁରେ ବ୍ୟାପକ କରାଯିବ। ଯୌନ ଉତ୍ପୀଡନର ପ୍ରଥମ ପ୍ରୟାସକୁ ହିଁ ବିରୋଧ କରାଯିବା ଆବଶ୍ୟକ ବୋଲି ସେ  ଛୋଟ ଛୋଟ ଶିଶୁମାନଙ୍କୁ ପରାମର୍ଶ ଦେଇଛନ୍ତି । ସେ ଆହୁରି କହିଛନ୍ତି, ବାଲ୍ୟବିବାହ, ଶିଶୁ ଶ୍ରମିକ ଓ ଶିଶୁ ଚାଲାଣକୁ ରୋକିବା ପାଇଁ ସରକାରଙ୍କ ସହ ସମାଜସେବୀ ଓ ସେ୍ୱଚ୍ଛାସେବୀ ଅନୁଷ୍ଠାନର ମିଳିତ ପ୍ରୟାସ ଅତ୍ୟନ୍ତ ଜରୁରୀ।  ସେହିପରି ପରସ୍ପର ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବା ଦ୍ୱାରା ଶିଶୁମାନଙ୍କର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହୋଇପାରିବ  ବୋଲି ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା  କହିଥିଲେ। ମହିଳା ଓ ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ସମସ୍ତ ପ୍ରଚେଷ୍ଟା କରାଯାଉଥିବା ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ପୋଲିସ ଆଇଜି ସାଇନି. ଏସ ଶିଶୁ ସୁରକ୍ଷା ପ୍ରତି ପୋଲିସର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।
ସୂଚନାଯୋଗ୍ୟ, ରାଜ୍ୟର କୌଣସି ବି ସ୍ଥାନରେ ପିଲାମାନେ ଯଦି କୌଣସି ଅସୁବିଧାର ସମ୍ମୁଖୀନ ହେଉଥାନ୍ତି ତେବେ ଏହି ଦେୟମୁକ୍ତ ୧୮୦୦-୩୪୫-୪୪୯୪ରେ ଯୋଗାଯୋଗ କରିବା କରିବା ଆବଶ୍ୟକ । ଏହି ନମ୍ବର ସକାଳ ୧୦ ଟା ରୁ ଅପରାହ୍ନ ୫ ପର୍ଯ୍ୟନ୍ତ ଉପଲବ୍ଧ ରହିଛି ।
Leave A Reply

Your email address will not be published.