Latest Odisha News

BREAKING NEWS

‘ଓସା’ର ଅନନ୍ୟ ପଦକ୍ଷେପ: ପ୍ରତି ପଞ୍ଚାୟତରେ ସର୍ବସାଧାରଣ ପାଠାଗାର

ଭୁବନେଶ୍ବର: ବର୍ତ୍ତମାନ ସମୟରେ ସାରା ପୃଥିବୀରେ ପାଠାଗାରର ପରିଭାଷା ବଦଳିଛି। ଏହା ଆଉ କେବଳ ଗ୍ରନ୍ଥାଗାର ଭାବେ ସୀମିତ ହୋଇ ରହିନାହିଁ। ସେଠାରେ କମ୍ପ୍ୟୁଟର ଓ ଇଣ୍ଟରନେଟ୍ ବ୍ୟବସ୍ଥା ହେବା ସହ ଯୁବପିଢ଼ିଙ୍କ ନିଯୁକ୍ତି ସମ୍ଭାବନା ବୃଦ୍ଧି, ବିଭିନ୍ନ ବର୍ଗଙ୍କ ପାଇଁ ଦକ୍ଷତା ବିକାଶ, ଡିଜିଟାଲ ଓ ଆର୍ଥିକ ସାକ୍ଷରତା ଆଦି କ୍ଷେତ୍ରରେ ବିକାଶ ଲାଗି ଏହାକୁ ଏକ ଆଧୁନିକ ଗୋଷ୍ଠୀ ସାଧନ କେନ୍ଦ୍ର ଭାବେ ବ୍ୟବହାର କରାଯାଉଛି। ଯାହାକୁ ଦୃଷ୍ଟିରେ ରଖି ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସଙ୍ଗଠନ ଦ ‘ଓଡ଼ିଶା ସୋସାଇଟି ଅଫ୍ ଦ ଆମେରିକାସ୍’ (ଓସା) ପକ୍ଷରୁ ଏକ ଅନନ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି । ଓଡ଼ିଶାର ଲୋକ କିପରି ପାଠାଗାର ଏବଂ ପୁସ୍ତକ ପ୍ରତି ବେଶୀ ଆକର୍ଷଣ ହେବେ ସେନେଇ ଆୟୋଜିତ ହୋଇଯାଇଛି  ‘ଓଡ଼ିଶା ସର୍ବସାଧାରଣ ପାଠାଗାର ସମ୍ମିଳନୀ-୨୦୨୪’ ।

ତେବେ ରବିବାର ଭୁବନେଶ୍ବରସ୍ଥିତ ଭଞ୍ଜକଳା ମଣ୍ଡପରେ ଏହାକୁ ନେଇ ଏକ ଦିନିକିଆ କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ପ୍ରତି ପଞ୍ଚାୟତରେ ସର୍ବସାଧାରଣ ପାଠାଗାର ନିର୍ମାଣ ନେଇ ମାନସ ମନ୍ଥନ କରାଯାଇଥିଲା । ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇଥିଲେ ।

ଯାହାକୁ ନେଇ, ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ବିଭିନ୍ନ ବର୍ଗଙ୍କ ଜ୍ଞାନର ପରିସୀମାକୁ ବୃଦ୍ଧି କରିବା ଦିଗରେ ପାଠାଗାରର ଏକ ପ୍ରମୁଖ ଭୂମିକା ରହିଛି। ତେଣୁ ବର୍ତ୍ତମାନ ସମୟରେ ପାଠାଗାରଗୁଡ଼ିକର ଆଧୁନିକୀକରଣ ସହ ସମସ୍ତଙ୍କ ଭିତରେ ପଠନ ଅଭ୍ୟାସକୁ ପୁଣିଥରେ ଫେରାଇ ଆଣିବାକୁ ହେବ। ଲୋକଙ୍କ ଭିତରେ ପଢ଼ିବାର ଅଭ୍ୟାସ ବୃଦ୍ଧି ପାଇଲେ ସର୍ବସାଧାରଣ ପାଠାଗାରଗୁଡ଼ିକର ଉପଯୁକ୍ତ ହୋଇପାରିବ ବୋଲି ମନ୍ତବ୍ୟ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ସେହିପରି ଆଇନ ମନ୍ତ୍ରୀ ପୃଥ୍ବୀରାଜ୍ ହରିଚନ୍ଦନ କହିଛନ୍ତି, ଓଡ଼ିଶାର ଗ୍ରାମୀଣ ସ୍ତରରେ ଆଧୁନିକ ସର୍ବସାଧାରଣ ପାଠାଗାର ସ୍ଥାପନ ଦିଗରେ ରାଜ୍ୟ ସରକାର ଆବଶ୍ୟକ ସହଯୋଗ ପାଇଁ ପ୍ରସ୍ତୁତ ଅଛନ୍ତି। ଏଥିରେ ବିଧାୟକମାନଙ୍କ ହାତ ପାଣ୍ଠିର ବିନିଯୋଗ କରାଯାଇ ପାରିଲେ ରାଜ୍ୟର ସମସ୍ତ ବ୍ଲକ ସ୍ତରରେ ପାଠାଗାର ସ୍ଥାପନ ସମ୍ଭବ ହୋଇପାରିବ । ଏଥିପାଇଁ ଆଧୁନିକ ପାଠାଗାରର ରୂପରେଖ କିପରି ହେବା ଦରାକର ସେନେଇ ଏକ ବିସ୍ତୃତ ରୋଡମ୍ୟାପ୍ ପ୍ରସ୍ତୁତ ପାଇଁ ଓସାର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଲୋଡିଛନ୍ତି ମନ୍ତ୍ରୀ ।

ଏହି ଅବସରରେ ‘ଆଧୁନିକ ସର୍ବସାଧାରଣ ପାଠାଗାର ଓଡ଼ିଶା ବିକାଶର ଚାବିକାଠି’ ଏବଂ ‘ନଲେଜ ସୋସାଇଟି ଗଠନରେ ଆଧୁନିକ ପାଠାଗାରର ଭୂମିକା’ ଶୀର୍ଷକରେ ଦୁଇଟି ସ୍ୱତନ୍ତ୍ର ଅଧିବେଶନ ହୋଇଥିଲା। ଏଥିରେ ଓସା ପକ୍ଷରୁ ଓଡ଼ିଶା ସର୍ବସାଧାରଣ ପାଠାଗାର ଅଭିଯାନର ଅଧ୍ୟକ୍ଷ ଏବଂ ସହ-ଅଧ୍ୟକ୍ଷ ମଧ୍ୟ ଯୋଗଦେଇଥିଲେ । ,ତିସହିତ ଭାରତର ବିଭିନ୍ନ ରାଜ୍ୟ ଗ୍ରାମୀଣ ସ୍ତରରେ ଆଧୁନିକ ସର୍ବସାଧାରଣ ପାଠାଗାର ସ୍ଥାପନ କରିବାରେ କିପରି ଓସା ସଫଳ ହୋଇଛି ସେନେଇ ମତବ୍ୟକ୍ତ କରିଥିଲେ । ଏହି ସମ୍ମିଳନୀ ଅବସରରେ କର୍ଣ୍ଣାଟକ କିପରି ୬ ହଜାରରୁ ଅଧିକ ପାଠାଗାର ପ୍ରତିଷ୍ଠା କରିପାରିଛି ‘ଓସା’ର କର୍ମକର୍ତ୍ତାମାନେ ମଧ୍ୟ ତାର ଉଦାହରଣ ଦେିଥିଲେ ।

Comments are closed.