Latest Odisha News

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଲାଡେନ ଫଣ୍ଡିଂ କରୁଥିଲେ !

କରାଚୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରୀଫଙ୍କୁ ଅଲକାଏଦା ଆତଙ୍କବାଦୀର ମୁଖ୍ୟ ଓସାମା ବିନ୍ ଲାଡେନଙ୍କୁ ପଣ୍ଡିଂ କରୁଥିଲେ । ଆମେରିକାରେ ରହୁଥିବା ପାକିସ୍ତାନର ପୂର୍ବତନ ରାଜଦୂତ ଅବିଦା ହୁସୈନ ଏହା କହିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି । ଲାଡେନ ସେ ସମୟରେ ପାକିସ୍ତାନରେ ବେଶ୍ ଲୋକପ୍ରିୟ ଥିଲେ । ପରେ ଅବଶ୍ୟ ସେ ସମସ୍ତଙ୍କୁ ଶତ୍ରୁ ହୋଇ ପଡିଥିଲେ ।

ବେନଜିର ଭୁଟ୍ଟୋ ସରକାର ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବା ପାଇଁ ୩ ଥର ପ୍ରଧାନମନ୍ତ୍ରୀ ରହିଥିବା ଶରୀଫ ୧୦ ମିଲିୟନ ଡଲାରର ଫଣ୍ଡ ଲାଡେନଙ୍କ ଠାରୁ ଆଣିଥିଲେ । ପୂର୍ବରୁ ମଧ୍ୟ ତାଙ୍କ ବିରୋଧରେ ଏହି ଅଭିଯୋଗ ଆସିଥିଲା । ଲାଡେନ ସମସ୍ତ ପ୍ରକାର ସାହାଯ୍ୟ ଶରୀଫଙ୍କୁ କରିଥିଲେ ମଧ୍ୟ ସେ କ୍ଷମତାକୁ ଆସିବା ପରେ ନିଜ କଥାରୁ ଓହରି ଯାଇଥିଲେ ।

Leave A Reply

Your email address will not be published.