Latest Odisha News

BREAKING NEWS

ଫେବୃଆରୀ ୭ରେ ପଶ୍ଚିମବଙ୍ଗରେ ୪ଟି ବିକାଶ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ଆସନ୍ତା ଫେବୃଆରୀ ୭ରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ହଳଦିଆ ଠାରେ ଏକ ବିଶାଳ କାର୍ଯ୍ୟକ୍ରମରେ ଯୋଗଦେଇ ୪ ହଜାର ୭୦୦ କୋଟି ମୂଲ୍ୟର ୪ଟି ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସମେତ ପୂର୍ବ ଭାରତର ବିକାଶକୁ ପ୍ରାଥମିକତା ଦେଉଛନ୍ତି । ପଶ୍ଚିମବଙ୍ଗ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ୩୪୭ କିଲୋମିଟର ଲମ୍ବ ଧୋବି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପଲାଇନର ଲୋକାର୍ପଣ କରିବେ । ଫଳରେ ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ଗ୍ୟାସ ଆସିବ । ଏହି ପାଇପଲାଇନ ୨୪୩୩ କୋଟି ଟଙ୍କା ବ୍ୟୟରେ ଗେଲ୍ ଦ୍ବାରା ନିର୍ମାଣ ହୋଇଛି । ଏହି ପାଇପଲାଇନ୍ ଝାଡ଼ଖଣ୍ଡର ହର୍ଲ ସିନ୍ଦରି ସାର କାରଖାନାର ପୁନଃଉଦ୍ଧାର କରିବା ସହ ଶିଳ୍ପ, ବାଣିଜ୍ୟିକ୍ ଓ ଅଟୋମାବାଇଲ କ୍ଷେତ୍ର ତଥା ଆଖପାଖର ପ୍ରମୁଖ ସହରକୁ ଗ୍ୟାସ ଯୋଗାଇବ ।

ସେହିପରି ପଶ୍ଚିମବଙ୍ଗରୁ ବିପିସିଏଲ ଦ୍ବାରା ହଳଦିଆ ଠାରେ ୧୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏଲପିଜି ଇମ୍ପୋର୍ଟ ଟର୍ମିନାଲର ଲୋକାର୍ପଣ କରାଯିବ । ଏହାବ୍ୟତିତ ଲୋକାର୍ପିତ ହେବାକୁ ଥିବା ୪୧ ନମ୍ବର ଜାତୀୟ ରାଜପଥର ହଳଦିଆସ୍ଥିତ ରାଣୀଛକ ଠାରେ ୪ ଲେନ୍ ବିଶିଷ୍ଟ ଆଇଓବି-କମ୍-ଫ୍ଲାଏଓଭର ପାଇଁ ୧୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ପ୍ରଧାନମନ୍ତ୍ରୀ ଗସ୍ତ ଅବସରରେ ଇଣ୍ଡିଆନ୍ ଅଏଲ ହଳଦିଆ ରିଫାଇନାରୀର ଦ୍ବିତୀୟ କାଟାଲିଟିକ୍ ଡିଓ୍ବାକ୍ସିଂ ୟୁନିଟର ଶିଳାନ୍ୟାସ କରାଯିବ ।

Leave A Reply

Your email address will not be published.