Latest Odisha News

ସୁନା ଭଳି ଦେଖାଯାଉଥିବା ଓସ୍କାର ଟ୍ରଫି ବିକିଲେ ବି ମିଳିପାରିବନି ଦିନଯାକର ଖାଦ୍ୟ

ଲଣ୍ଡନ: ଦୁନିଆର ସବୁଠୁ ବଡ ଚଳଚ୍ଚିତ୍ର ପୁରସ୍କାର ‘ଓସ୍କାର’ ମନୋରଞ୍ଜନ ଜଗତର ଅନ୍ୟତମ ସମ୍ମାନଜନକ ପୁରସ୍କାର ଭାବରେ ପରିଚିତ । ଓସ୍କାର ଟ୍ରଫି ପାଇବା ପାଇଁ ଅଭିନେତା/ଅଭିନେତ୍ରୀଙ୍କ ସହ ମନୋରଞ୍ଜନ ଜଗତ ସହ ଜଡିତ ସମସ୍ତ ବ୍ୟକ୍ତି ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ବାସ୍ତବରେ ଓସ୍କାର ଟ୍ରଫିର ମୂଲ୍ୟ କେତେ ? ଏହି ଟ୍ରଫିର ମୂଲ୍ୟ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, କାରଣ ଏହାର ପ୍ରତିବଦଳରେ, ଆପଣ ଦିନକର ଖାଦ୍ୟ ମଧ୍ୟ ଖାଇପାରିବେ ନାହିଁ । ବାସ୍ତବରେ ସୁନା ଭଳି ଚମକୁଥିବା ଓସ୍କାର ଟ୍ରଫି ଦେଖି ସମସ୍ତେ ଅନୁଭବ କରନ୍ତି ଯେ ଏହାର ଦାମ ବହୁତ ଅଧିକ ହୋଇଥିବ । କିନ୍ତୁ ଏହି ଓସ୍କାର ଟ୍ରଫିର ମୂଲ୍ୟ ମାତ୍ର ଏକ ଡଲାର ବା ୮୧ ଟଙ୍କା ୮୯ ପଇସା ।

ଅର୍ଥାତ ଓସ୍କାର ଟ୍ରଫି ବଦଳରେ ମାତ୍ର ୮୧ ଟଙ୍କା ହିଁ ମିଳିଥାଏ । ତେବେ ଓସ୍କାର ପାଇଥିବା କୌଣସି ବ୍ୟକ୍ତି ଏହି ଟ୍ରଫିକୁ ବିକ୍ରୟ କିମ୍ବା ନିଲାମ କରିପାରିବେ ନାହିଁ। ତେବେ ଯଦି କେହି ଏହାକୁ ଜିତିବା ପରେ ମଧ୍ୟ ରଖିବାକୁ ଚାହାଁନ୍ତି ନାହିଁ, ତେବେ ସେ ଏହାକୁ କେବଳ ଗୋଟିଏ ଡଲାରରେ ଏକାଡେମୀକୁ ଦେଇପାରିବେ। ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି, ଓସ୍କାର ଟ୍ରଫିଟିଏ ତିଆରି କରିବା ପାଇଁ ୩୨୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ, କିନ୍ତୁ ଏକାଡେମୀ ଏହାକୁ କିଣିବା ପାଇଁ କେବଳ ଗୋଟିଏ ଡଲାର ସ୍ଥିର କରିଛି ।

Comments are closed.