Latest Odisha News

ଅସୁସ୍ଥ ଏଆର ରେହମାନ୍: ଚେନ୍ନାଇ ହସ୍ପିଟାଲରେ ଭର୍ତ୍ତି 

ଚେନ୍ନାଇ: ବିଗିଡ଼ିଲା ଏଆର ରେହମାନଙ୍କ ସ୍ବାସ୍ଥ୍ୟ: ହସ୍ପିଟାଲରେ ହେଲେ ଭର୍ତ୍ତି। ଓସ୍କାର ବିଜେତା ସଙ୍ଗୀତଜ୍ଞ ତଥା କଣ୍ଠଶିଳ୍ପୀ ଏଆର ରେହମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସାରେ ଲାଗିଥିବା ସୂଚନା ମିଳିଛି ।

ତେବେ ମିଳିଥିବା ସୂଚନା ଅନୁସାରେ, ସଙ୍ଗୀତଜ୍ଞ ଏଆର୍ ରେହମାନଙ୍କ ଛାତିରେ କିଛି ଯନ୍ତ୍ରଣା ହେବା ପରେ ସମ୍ପ୍ରତି ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଏନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ସଂଗୀତଜ୍ଞଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଏକ ଅପଡେଟ୍ ସେୟାର କରିଛନ୍ତି। ସଂଗୀତଜ୍ଞ ଏଆର୍ ରେହମାନଙ୍କୁ ରବିବାର ସକାଳେ ଛାତି ଯନ୍ତ୍ରଣା ଅନୁଭବ କରିବା ପରେ ଚେନ୍ନାଇର ଗ୍ରୀମ୍ସ ରୋଡ୍ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତାଙ୍କୁ ସକାଳ ପ୍ରାୟ ସାଢ଼େ ୭ଟାରେ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ଇସିଜି ଏବଂ ଇକୋକାର୍ଡିଓଗ୍ରାମ ସମେତ ପରୀକ୍ଷା କରିଥିଲେ। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି, ସେ ଛାତି ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ଆଞ୍ଜିଓଗ୍ରାମ କରାଇପାରନ୍ତି। କିନ୍ତୁ, ତାଙ୍କ ପରିଚାଳକ ଏବେ ସ୍ପଷ୍ଟ କରିଛନ୍ତି ଯେ ସଂଗୀତଜ୍ଞ ସୁସ୍ଥ ଅଛନ୍ତି ଏବଂ କିଛି ଘଣ୍ଟା ମଧ୍ୟରେ ତାଙ୍କୁ ଡିସଚାର୍ଜ କରାଯିବ।

ତେବେ ଏହି ନିଜର ଅତୀତରେ, ନଭେମ୍ବର ୨୦୨୪ ରେ, ଏଆର୍ ରେହମାନ ଏବଂ ତାଙ୍କ ପୂର୍ବତନ ପତ୍ନୀ ସାଇରା ବାନୁ ୨୯ ବର୍ଷର ବିବାହ ପରେ ପୃଥକ ହେବା ନେଇ ଘୋଷଣା କରିଥିଲେ।

ସଙ୍ଗୀତ ଦୁନିଆର ବାଦଶାହ ଭାବେ ପରିଚିତ ଏଆର ରେହମାନ୍, ପିଲାଟି ଦିନରୁ ହିଁ ସଙ୍ଗୀତ ପ୍ରତି ରୁଚି ରଖିଥିଲେ । ମାତ୍ର ୪ ବର୍ଷ ବୟସରୁ ପିଆନୋ ବଜାଇବା ଶିଖିଥିଲେ । ରେହମାନଙ୍କ ବାପା ଆର କେ ଶେଖର ତାମିଲ ଓ ମାଲାୟାଲାମ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ମ୍ୟୁଜିକ କମ୍ପୋଜର ଥିଲେ । ଖୁବ୍ କମ୍ ବୟସରୁ ରେହମାନ ବାପାଙ୍କୁ ସଙ୍ଗୀତରେ ସହଯୋଗ କରୁଥିଲେ । ଏହିଭଳି ଭାବେ ତାଙ୍କର ସଙ୍ଗୀତ ଯାତ୍ରା ଆରମ୍ଭ ହୋଇଥିଲା । ଏକାଧିକ ଫିଲ୍ମରେ ତାଙ୍କ ଗୀତ ସବୁ ସୁପର ହିଟ୍ ହୋଇଆସିଛି। । ଫିଲ୍ମ ’ଦିଲ ସେ ’, ’ଲଗାନ୍’, ଯୋଦ୍ଧା ଅକବର , ’ତାଲ୍’ ’ଦିଲ୍ଲୀ ୬’, ’ରଙ୍ଗ ଦେ ବସନ୍ତୀ’, ’ରକ୍ ଷ୍ଟାର’ ଆଦି ମୁଭିରେ ତାଙ୍କ ଗୀତ ହିଟ୍ ହୋଇଛି।

ବର୍ତ୍ତମାନ ତାଙ୍କର ଏହି ବର୍ଷ ତାମିଲ୍ ଚଳଚ୍ଚିତ୍ର, କଢାଲିକ୍କା ନେରାମିଲାଇ ଏବଂ ଛାଭା ଭଳି ଦୁଇଟି ସିନେମା ମୁକ୍ତିଲାଭ କରିଥିଲା। ସଂଗୀତକାରଙ୍କ ପ୍ରଯୋଜନାର ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ଭାଷାରେ ଅନେକ ପ୍ରକଳ୍ପ ରହିଛି। ସେ ମଣିରତ୍ନମଙ୍କ ନିର୍ଦ୍ଦେଶିତ ଏବଂ କମଲ ହାସନଙ୍କ ଅଭିନୀତ ଠଗ୍ ଲାଇଫ୍ ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ଚଳଚ୍ଚିତ୍ରଟି ଜୁନ୍ ୧୦ ତାରିଖରେ ମୁକ୍ତିଲାଭ କରିବାର ସମ୍ଭାବନା ରହିଛି। ଲାହୋର ୧୯୪୭, ତେରେ ଇଶ୍କ ମେ, ରାମାୟଣ ଧାରାବାହିକ, ରାମ ଚରଣଙ୍କ ଆରସି ୧୬ ଏବଂ ଗାନ୍ଧୀ ଟକ୍ସ ହେଉଛି ତାଙ୍କର କିଛି ଆଗାମୀ ପ୍ରକଳ୍ପ।

Leave A Reply

Your email address will not be published.