Latest Odisha News

BREAKING NEWS

ନାଟୁ ନାଟୁ ଗୀତରେ ଝୁମିଲା ସାରା ଦୁନିଆ; ବେଷ୍ଟ ଅରିଜିନାଲ ସଙ୍ଗ ପାଇଁ ମିଳିଲା ଓସ୍କାର ସମ୍ମାନ

ନୂଆଦିଲ୍ଲୀ: ଫିଲ୍ମ ଓ ସଙ୍ଗୀତ ଦୁନିଆରେ ଭାରତ ପାଇଁ ଗର୍ବ । ଭାରତକୁ ମିଳିଛି ତିନୋଟି ସମ୍ମାନଜନକ ଓସ୍କାର ପୁରସ୍କାର । ଏସଏସ ରାଜେମୌଳିଙ୍କର ଫିଲ୍ମ ଆାରଆରଆର ଫିଲ୍ମର ନାଟୁ ନାଟୁ ଗୀତକୁ ଓସ୍କାରରେ ବେଷ୍ଟ ଅରିଜିନାଲ ସଙ୍ଗ ପାଇଁ ନୋମିନେଟେ କରାଯାଇଥିଲା । ଶେଷରେ ଏହି ଗୀତକୁ ମିଳିଛି ସମ୍ମାନଜନକ ଓସ୍କାର ପୁରସ୍କାର । ଏହି ହିଟ ଡାନ୍ସ ନମ୍ବର ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏନଏମ କୀରାବନି । ଏହାର ଲିରିକ୍ସ ଲେଖିଥିଲେ ଚନ୍ଦ୍ର ବୋଷ । ବେଷ୍ଟ ଅରିଜିନାଲ ଗୀତ ତାଲିକାରେ ନାଟୁ ନାଟୁ ଗୀତ ସହ ‘ଟେଲ ଇଟ ଲାଇକ ଏ ୱିମେନ’, ବ୍ଲାକ ପାନ୍ଥର, ୱାଙ୍କଡା ଫରଏଭର, ଟପ ଗନ, ଦିଶ ଇ ଏ ଲାଇଫ ପରି ଗୀତ ଥିଲେ । ଶେଷରେ ବାଜିମାତ ମାରିଥିଲା ନାଟୁ ନାଟୁ ଗୀତ ।

ନାଟୁ-ନାଟୁ ଗୀତକୁ ଗାଇଛନ୍ତି ରାହୁଲ ସିପଲିଗଞ୍ଜ ଏବଂ କାଲ ଭୈରବ । ଏହି ଗୀତର ଲିରିକାଲ ଭର୍ସନ ୧୦ ନଭେମ୍ବର ୨୦୨୧ରେ କରାଯାଇଥିଲା । ତେବେ ସମ୍ପୂର୍ଣ୍ଣ ଭିଡିଓ ସଙ୍ଗ ଏପ୍ରିଲ ୧୧, ୨୦୨୨ରେ ରିଲିଜ ହୋଇଥିଲା । ଏହି ଗୀତର ତାମିଲ ଭର୍ସନ ନାଟୁ କୋଥୁ, କନ୍ନଡ ଭର୍ସନ ହଲ୍ଲି ନାଟୁ, ମଲାୟଲାମ-କରିନଥୋଲ ଏବଂ ହିନ୍ଦୀ ଭର୍ସନ ନାଚୋ ନାଚୋ ନାଁରେ ରିଲିଜ ହୋଇଥିଲା । ଏହି ଗୀତରେ ଫିଲ୍ମରର ଲିଡ ଆକ୍ଟର ରାମଚରଣ ତେଜା, ଜୁନିଅର ଏନଟିଆର ଡାନ୍ସ କରିଥିଲେ ।  ଗୀତର କୋରିଓଗ୍ରାଫି ପ୍ରେମ ରକ୍ଷିତ କରିଛନ୍ତି ।

ନାଟୁ ନାଟୁ ଗୀତ ସହ ଆଉ ଏକ ଓସ୍କାର ପୁରସ୍କାର ମିଳିଛି  କାର୍ତ୍ତିକି ଗନ୍‌ସାଲ୍‌ଭେସ୍‌ ଏବଂ ଗୁନୀତ୍‌ ମୋଙ୍ଗାଙ୍କ ‘ନେଟ୍‌ଫ୍ଲିକ୍ସ୍‌’ କ୍ଷୁଦ୍ର ପ୍ରାମାଣିକ ଛବି ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌’ କୁ  । ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଡକ୍ୟୁମେଣ୍ଟାରି ସର୍ଟ’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଛି ଏହି ଫିଲ୍ମ । ଦୁଇ ଦୁଇଟି ସଫଳତା ଭାରତୀୟ ସିନେପ୍ରେମୀଙ୍କ ମହଲରେ ଆନନ୍ଦ ଖେଳାଇ ଦେଇଛି।

ବେଷ୍ଟ୍‌ ଡକ୍ୟୁମେଣ୍ଟାରି ସର୍ଟ ତାଲିକାରେ ଥିଲେ  ‘ହାଓଲ୍‌ଆଉଟ୍‌’, ‘ହାଓ ଡୁ ୟୁ ମେଜର୍‌ ଏ ଇୟର୍‌?’, ‘ଦି ମାର୍ଥା ମିସେଲ୍‌ ଇଫେକ୍ଟ୍‌’ ଏବଂ ‘ଷ୍ଟ୍ରେଞ୍ଜର୍‌ ଆଟ୍‌ ଦି ଗେଟ୍‌’ ଚଳଚ୍ଚିତ୍ର ।   ଶେଷରେ ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌’କୁ ମିଳିଥିଲା ଏହି ପୁରସ୍କାର  । ଫିଲ୍ମର ନିର୍ଦେଶକ ଗନ୍‌ସାଲ୍‌ଭେସ୍‌ ଏହି ‘ଓସ୍କାର୍‌’ ପୁରସ୍କାରକୁ ‘ମାତୃଭୂମି ଭାରତ’ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।

ଅଚିନ୍‌ ଜୈନ୍‌ ଏବଂ ଗୁନୀତ୍‌ ମୋଙ୍ଗାଙ୍କଦ୍ବାରା ପ୍ରଯୋଜିତ ଓ କାର୍ତିକି ଗନ୍‌ସାଲ୍‌ଭେସ୍‌ଙ୍କଦ୍ବାରା ନିର୍ଦେଶିତ ୪୧ ମିନିଟ୍‌ର ଏହି କ୍ଷୁଦ୍ର ବୃତ୍ତଚିତ୍ରଟି ତାମିଲନାଡୁର ମୁଦୁମଲାଇ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର ଏକ ପରିବାର ଉପରେ ପର୍ଯ୍ୟବସିତ। ଏହି ପରିବାର ଦୁଇଟି ବାପାମାଆ ଛେଉଣ୍ଡ ହାତୀଛୁଆଙ୍କୁ ପୋଷ୍ୟ କରି ବିରଳ ଉଦାହରଣ ସୃଷ୍ଟି କରିଥିଲେ। ଭାରତର ଏହି ସଂକ୍ଷିପ୍ତ ବୃତ୍ତଚିତ୍ରଟି ଗନ୍‌ସାଲ୍‌ଭେସ୍‌ଙ୍କଦ୍ବାରା ପ୍ରଥମ ନିର୍ଦେଶିତ ଚଳଚ୍ଚିତ୍ର।

ଏହା ବ୍ୟତୀତ ‘ବେଷ୍ଟ୍‌ ଡକ୍ୟୁମେଣ୍ଟାରି ଫିଚର୍‌ ଫିଲ୍ମ’  କାଟେଗୋରୀରେ ସୌନକ୍‌ ସେନ୍‌ଙ୍କ  ଫିଲ୍ମ  ‘ଅଲ୍‌ ଦ୍ୟାଟ୍‌ ବ୍ରିଦ୍‌ସ୍‌’ କୁ ମିଳିଛି  ଓସ୍କାର ସମ୍ମାନ  ।

Leave A Reply

Your email address will not be published.