Latest Odisha News

BREAKING NEWS

ଓସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଭାରତ ପାଇଁ ଏକ ଐତିହାସିକ ଦିନ । ଏସଏସ ରାଜେମୌଲିଙ୍କର ଫିଲ୍ମ RRRର ନାଟୁ ନାଟୁ ଗୀତକୁ ମିଳିଛି ଓସ୍କାର ସମ୍ମାନ । ବେଷ୍ଟ ଅରିଜିନାଲ ସଙ୍ଗ ପାଇଁ ନୋମିନେଟେ ହୋଇଥିଲା ନାଟୁ-ନାଟୁ ଗୀତ । ଶେଷରେ ସବୁ ଗୀତକୁ ପଛରେ ପକାଇ ଓସ୍କାର ପୁରସ୍କାର ହାତେଇଛି  ‘ନାଟୁ ନାଟୁ’ ଗୀତ । ଏହି ହିଟ ଡାନ୍ସ ନମ୍ବର ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏନଏମ କୀରାବନି । ଏହାର ଲିରିକ୍ସ ଲେଖିଥିଲେ ଚନ୍ଦ୍ର ବୋଷ । ବେଷ୍ଟ ଅରିଜିନାଲ ଗୀତ ତାଲିକାରେ ନାଟୁ ନାଟୁ ଗୀତ ସହ ‘ଟେଲ ଇଟ ଲାଇକ ଏ ୱିମ’, ବ୍ଲାକ ପାନ୍ଥର, ୱାଙ୍କଡା ଫରଏଭର, ଟପ ଗନ, ଦିଶ ଇ ଏ ଲାଇଫ ପରି ଗୀତ ଥିଲେ । ହେଲେ ବାଜି  ମାରି ନେଇଥିଲା ନାଟୁ ନାଟୁ ଗୀତ ।

ନାଟୁ ନାଟୁ ଗୀତ ପାଇଁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁଇ ଫିଲ୍ମର ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଟୁଇଟ କରି କହିଛନ୍ତି ଯେ, ‘ନାଟୁ ନାଟୁ’ର ଲୋକପ୍ରିୟତା ବିଶ୍ୱବ୍ୟାପୀ । ଏହି ଗୀତ ଆଗାମୀ ବର୍ଷଗୁଡ଼ିକ ପାଇଁ ସ୍ମରଣୀୟ ହୋଇ ରହିବ। ଏହି ସମ୍ମାନ ପାଇଁ @mmkeeravaani, @boselyricist ଏବଂ ସମଗ୍ର ଟିମ୍‌କୁ ଅଭିନନ୍ଦନ। ଏଥି ସହିତ ପ୍ରଧାନମନ୍ତ୍ରୀ ଓସ୍କାର ପାଇଥିବାରୁ ‘ଦ ଏଲିଫାଣ୍ଟ୍‌ ହ୍ବିସ୍‌ପର୍ସ’ ଟିମ୍‌କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।

Leave A Reply

Your email address will not be published.