Latest Odisha News

ଦିଲ୍ଲୀରେ ବଢିଲା ବିଧାୟକ ଓ ମନ୍ତ୍ରୀଙ୍କ ବେତନ: ଜାଣନ୍ତୁ, ମାସିକ କିଏ ପାଇବେ କେତେ ଦରମା

ନୂଆଦିଲ୍ଲୀ: ବଢିଲା ଦିଲ୍ଲୀ ବିଧାୟକ ଏବଂ ମନ୍ତ୍ରୀଙ୍କ ଦରମା । ଦିଲ୍ଲୀ ବିଧାନସଭାର ବିଧାୟକଙ୍କ ଦରମାରେ ପ୍ରାୟ ୬୭ ପ୍ରତିଶତ ବୃଦ୍ଧି ଘଟିଛି । ସଂଶୋଧିତ  ବେତନ ହାର ଅନୁଯାୟୀ ବିଧାୟକମାନେ ମାସିକ ୯୦ ହଜାର ଟଙ୍କା ବେତନ ପାଇବେ । ବର୍ତ୍ତମାନ ବିଧାୟକଙ୍କ ମାସିକ ଦରମା  ୫୪  ହଜାର ଟଙ୍କା ରହିଛି । ସେିହପରି ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦରମା ମଧ୍ୟ ବୃଦ୍ଧି ପାଇଛି । ମନ୍ତ୍ରୀ  ଓ ମୁଖ୍ୟମନ୍ତ୍ରୀଙ୍କ ଦରମାରେ ୧୩୬ ପ୍ରତିଶତ ବୃଦ୍ଧି ଘଟିଛି ।  ମୁଖ୍ୟମନ୍ତ୍ରୀ ବର୍ଦ୍ଧିତ ଦରମା ହାର ଅନୁଯାୟୀ ଏବେ ଏକ ଲକ୍ଷ ୭୦ ହଜାର ଟଙ୍କା ମାସିକ ବେତନ ପାଇବେ  ।

BjdElectrycity

ଦିଲ୍ଲୀ ବିଧାନସଭାରେ ୨୦୨୨ ଜୁଲାଇରେ ବିଧାୟକ ଏବଂ ମନ୍ତ୍ରୀଙ୍କ ଦରମା ବୃଦ୍ଧି ପ୍ରସ୍ତାବ ପାସ ହୋଇଥିଲା । ଏବେ ଏହି ପ୍ରସ୍ତାବକୁ ରାଷ୍ଟ୍ରପତି ମଞ୍ଜୁରୀ ମିଳିବା ପରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଦରମା ବୃଦ୍ଧି ନେଇ ନୋଟିଫିକେଶନ ଜାରି କରାଯାଇଛି ।

ସୂଚନାଥାଉ କି, ଦୀର୍ଘ ୧୨ ବର୍ଷ ପରେ ଦିଲ୍ଲୀରେ ବିଧାୟକଙ୍କ ଦରମା ବୃଦ୍ଧି ହୋଇଛି । ବିଧାୟକ ଓ ମନ୍ତ୍ରୀ ଫେବ୍ରୁଆାରୀ ୧୪, ୨୦୨୩ରୁ ବର୍ଦ୍ଧିତ ଦରମା ପାଇବେ । ଏଣିକି ସମସ୍ତ ବିଧାୟକଙ୍କୁ ମିଳିବ   ୯୦ ହଜାର ଦରମା ଏବଂ  ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବାଚସ୍ପତି ତଥା ବିରୋଧୀ ଦଳ ନେତାଙ୍କୁ ୧.୭୨ ଲକ୍ଷ ଟଙ୍କା ଦରମା ମିଳିବ ।

ସୂଚନାଥାଉ କି, ଦେଶରେ ସବୁଠାରୁ ଅଧିକ ଦରମା ପାଉଛନ୍ତି ତେଲେଙ୍ଗାନାର ମନ୍ତ୍ରୀ ଓ ବିଧାୟକ । ସମସ୍ତ ଭତ୍ତାକୁ ମିଶାଇ ଏହି ରାଜ୍ୟର ବିଧାୟକମାନେ ମାସିକ ୨.୫ ଲକ୍ଷ ଟଙ୍କା ଦରମା ପାଆନ୍ତି ।

Leave A Reply

Your email address will not be published.