Latest Odisha News

BREAKING NEWS

ସୋମବାରଠୁ ୬୬ଟି ରୁଟରେ ଗଡିବ ଓଏସ୍‌ଆର୍‌ଟିସି ବସ୍‌

ଭୁବନେଶ୍ୱର: ସୋମବାର ଠାରୁ ଓଏସ୍‌ଆର୍‌ଟିସିର ବସ୍ ଚଳାଚଳ କରିବ । ପ୍ରଥମ ପର୍ଯ୍ୟାୟରେ ୬୬ ଟି ରୁଟରେ ୯୬ଟି ବସ୍ ଗଡିବ । ୯୬ଟି ବସ୍ ରାଜ୍ୟର ୨୨ ଟି ସହରରୁ ରାଜଧାନୀ ଭୁବନେଶ୍ଵରକୁ ଯୋଡିବ । ଏନେଇ ରାଜ୍ୟ ସଡକ ପରିବହନ ନିଗମ ସିଏମ୍‌ଡି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି।

ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ । ଏଥି ସହିତ ବସରେ କୌଣସି ଯାତ୍ରୀ ଛିଡା ହୋଇ ଯାତ୍ରା କରିପାରିବେ ନାହିଁ ।ଜନସାଧାରଣ ଓ ବସ କର୍ମଚାରୀମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏଭଳି ନିଷ୍ପତ୍ତି ନିଆଯାଇଛି। ଜରୁରିକାଳୀନ ଆବଶ୍ୟକ ନଥିଲେ ବସରେ ଯାତ୍ରା କରନ୍ତୁ ନାହିଁ। ବସଷ୍ଟାଣ୍ଡରେ ଏବଂ ବସରେ ଚଢ଼ିବା ସମୟରେ ନିଶ୍ଚିତ ଭାବରେ ସାମାଜିକ ଦୂରତା ରକ୍ଷା କରିବାକୁ ବୋଥ୍ରା ଅପିଲ କରିଛନ୍ତି।

Comments are closed.