ଭୁବନେଶ୍ୱର:ପ୍ରଶ୍ନପତ୍ର ତ୍ରୁଟି ପାଇଁ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (OSSC) ସେପ୍ଟେମ୍ବରରେ ହୋଇଥିବା ସଂସ୍କୃତ ଓ ହିନ୍ଦୀ ଶିକ୍ଷକଙ୍କ ପାଇଁ ମେନ ପରୀକ୍ଷାକୁ ବାତିଲ କରିଥିଲା । ପରୀକ୍ଷାରେ ପ୍ରଶ୍ନ ପତ୍ର ସିଲାବସ ବାହାରୁ ଆସିଥିବା ଅଭିଯୋଗ ହୋଇଥିଲା । ଏହି ପରୀକ୍ଷା ଆଉଥରେ କରାଯିବ ବୋଲି କମିଶନଙ୍କ ପକ୍ଷରୁ କୁହାଯାଇଥିଲା । ଏହି ପରୀକ୍ଷା ଆସନ୍ତା ଡିସେମ୍ବରରେ ହେବ ବୋଲି ଏବେ ଘୋଷଣା କରାଯାଇଛି ।
ଓଏସଏସସି କହିବା ଅନୁଯାୟୀ, ଅନେକ ପ୍ରଶ୍ନ ସିଲାବସ ବାହାରୁ ପଡିଥିବା ନେଇ ଏକାଧିକ ଅଭିଯୋଗ ଆସିଥିଲା । ଏହା ପରେ ଏହି ପରୀକ୍ଷାକୁ ବାତିଲ କରି ଆଉଥରେ କରିବା ପାଇଁ ପରୀକ୍ଷାର୍ଥୀଙ୍କ ପକ୍ଷରୁ ଦାବି କରାଯାଇଥିଲା । ଏହି ଅଭିଯୋଗ ଆଧାରରେ କମିଶନଙ୍କ ପକ୍ଷରୁ ଶିକ୍ଷା ବିଶେଷଜ୍ଞଙ୍କ ଦ୍ୱାରା ପ୍ରଶ୍ନପତ୍ର ଯାଞ୍ଚ କରାଯାଇଥିଲା। ଯେଉଁଥିରୁ ଜଣାପଡ଼ିଥିଲା ଯେ ବହୁ ସଂଖ୍ୟକ ପ୍ରଶ୍ନ ସିଲାବସ୍ ବାହାରୁ ପଡ଼ିଛି। ତେଣୁ ଏହି ପରୀକ୍ଷାକୁ ଆଉଥରେ କରାଯିବ ବୋଲି କମିଶନ ପକ୍ଷରୁ କୁହାଯାଇଥିଲା । ଏହି ପରୀକ୍ଷା ଆସନ୍ତା ଡିସେମ୍ବରରେ ହେବ । ତେବେ ପରୀକ୍ଷା କେଉଁ ତାରିଖରେ ହେବ ତାହା କମିଶନ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ ।
ସୂଚନାଥାଉ କି, ସେପ୍ଟେମ୍ବର ୨୨ରେ ହିନ୍ଦୀ ଏବଂ ଓ ୨୩ରେ ସଂସ୍କୃତ ବିଷୟର ପରୀକ୍ଷା ହୋଇଥିଲା । ୨୦୭୫ଟି ଶିକ୍ଷକ ଶିକ୍ଷୟିତ୍ରୀ ପଦବୀ ପୂରଣ ପାଇଁ ଏହି ପରୀକ୍ଷା ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା। ତେବେ ପରୀକ୍ଷାରେ ସିଲାବସ୍ରୁ ପ୍ରଶ୍ନ ନ ଆସି ସିଲାବସ୍ ବାହାରୁ ଆସିଥିବା ନେଇ ପ୍ରାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏସମ୍ପର୍କରେ ଓଏସ୍ଏସ୍ସି ନିକଟରେ ଅଭିଯୋଗ କରିଥିଲେ।
ଅନ୍ୟପକ୍ଷେ ଟିଜିଟି ଆର୍ଟସ, ଟିଜିଟି ସାଇନ୍ସ, ପିସିଏମ, ଟିଜିଟି ସାଇନ୍ସ ସିବିଜେଡ, ତେଲଗୁ ଭାଷା, ଫିଜିକାଲ ଏଡୁକେଶ ଶିକ୍ଷକ ପାଇଁ ହୋଇଥିବା ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି ଏବଂ ୫୮୪୨ ଜଣ ପରୀକ୍ଷାର୍ଥୀ ସାର୍ଟିଫିକେଟ ଭେରିଫିକେଶନ ପାଇଁ ମେନୋନୀତ ହୋଇଛନ୍ତି ।
Comments are closed.