Latest Odisha News

ମା’ ସୁରେଶ୍ୱରୀଙ୍କ ଜୟ ଦୁର୍ଗା ବେଶ

ସୋନପୁର: ଧରାବତରଣ କଲେ ମହାମାୟା । ଆଜି ମଣ୍ଡପରେ ମା’ଙ୍କ ସପ୍ତମୀ ଓ ପିଠରେ ଅଷ୍ଟମୀ ପୂଜା ଚାଲିଛି । ସେହିପରି ଭାବରେ ସୁବର୍ଣ୍ଣପୁର ଜିଲ୍ଲାର ଇଷ୍ଟ ଦେବୀ ମା’ ସୁରେଶ୍ୱରୀ ଆଜି ଅଷ୍ଟମୀ ତିଥିରେ ଜୟ ଦୁର୍ଗା ବେଶରେ ଶ୍ରଦ୍ଧାଳୁ ମନଙ୍କୁ ଦର୍ଶନ ଦେଉଛନ୍ତି । ଭୋର ସକାଳୁ ସକାଳୁ ଭକ୍ତଙ୍କ ବେଶ ଭିଡ ଦେଖିବାକୁ ମିଳୁଛି ଏହି ପିଠରେ । ଗତକାଲି ମା’ ବଗଲାମୁଖି ବେଶରେ ଦର୍ଶନ ଦେଇଥିବା ବେଳେ ଆଜି ମା’ ସୁରେଶ୍ୱରୀ ଜୟ ଦୁର୍ଗା ବେଶ ଧାରଣ କରିଛନ୍ତି । ଏହି ପିଠର ଚାଲିଥିବା ଚଣ୍ଡୀପାଠ ଓ ଯଜ୍ଞର ମନ୍ତ୍ର ଧ୍ୱନିରେ ସାରା ପରିବେଶ ଏକ ଆଧ୍ୟାତ୍ମିକ ପରିବେଶରେ ରୂପାନ୍ତରିତ ହୋଇଯାଇଛି ।ବିଶ୍ୱାସ ରହିଛି ଆଜିର ଦିନରେ ମା’ଙ୍କ ଜୟ ଦୁର୍ଗା ବେଶ ଦର୍ଶନ କଲେ ସମସ୍ତ ଦୁଖ କଷ୍ଟ ଲାଘବ ହୋଇଯାଏ l

Leave A Reply

Your email address will not be published.