Latest Odisha News

BREAKING NEWS

ସରିଲା ରିମାଣ୍ଡ, ଜେଲ୍ ଗଲେ କୋଟିପତି ପିଏସ ବିରଞ୍ଚି ସାହୁ

ଭୁବନେଶ୍ବର : ଜେଲଗଲେ କୋଟିପତି ପିଏସ ବିରଞ୍ଚି ସାହୁ । ରିମାଣ୍ଡ ସରିବା ପରେ ତାଙ୍କୁ କୋର୍ଟରେ ହାଜର କରିଥିଲା ଭିଜିଲାନ୍ସ । ଏହାପରେ କୋଟିପତି ବିରଞ୍ଚି ସାହୁଙ୍କୁ ଜେଲକୁ ପଠାଇ ଦିଆଯାଇଛି । ରିମାଣ୍ଡ ବେଳେ ଭିଜିଲାନ୍ସ ହାତରେ ଲାଗିଛି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ । ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଚାଲିଥିବା ବେଳେ, ପତ୍ନୀ ୯୦୦ ଜଣଙ୍କ ପଲିସି କରିଥିବା ତଦନ୍ତରୁ ଜଣାଯାଇଛି । ଏହି ୯୦୦ ଜଣଙ୍କ ମଧ୍ୟରେ ୨୧ ଜଣ ଚାକିରି ଆଶାୟୀ ଥିବା ଜଣାପଡିଛି ।

ତେବେ ବିରଞ୍ଚି ନିଜ ଆୟର ୨୬୮ ଗୁଣ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିଲେ ବୋଲି ତଦନ୍ତରୁ ଜଣାପଡିଛି । ତେବେ ଚଢ଼ାଉ ବେଳେ ଜବତ ହୋଇଥିବା ୧୧୪ଟି ଆଡମିଟ କାର୍ଡକୁ ନେଇ ତନାଘନା ଚାଲିଛି ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସପି । ୧୧୪ଟି ଆଡମିଟ୍ କାର୍ଡ ମଧ୍ୟରୁ ୧୦୭ ଜଣ ଚାକିରି କରିନାହାନ୍ତି । ବାକି ୭ ଜଣକୁ ନେଇ ଯାଞ୍ଚ କରାଯାଉଛି । ସେହିପରି ବିରଞ୍ଚିଙ୍କ ପତ୍ନୀ କରିଥିବା ପଲିସି ବାବଦରେ କେତେ ଟଙ୍କା ଆୟକର ଫାଇଲ କରିଛନ୍ତି, ତାର ମଧ୍ୟ ଯାଞ୍ଚ କରୁଛି ଭିଜିଲାନ୍ସ । ଆଜି ରିମାଣ୍ଡ ଅବଧି ସରବା ପରେ ବିରଞ୍ଚିଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଏହା ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି ।

Leave A Reply

Your email address will not be published.