Latest Odisha News

BREAKING NEWS

ପ୍ରକାଶ ପାଇଲା ଆରଆଇ,ଅମିନ ପରୀକ୍ଷାଫଳ: ସବୁ ପରୀକ୍ଷାର୍ଥୀ ପ୍ରିଲିମ୍ ପାସ୍

ଭୁବନେଶ୍ବର: ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (OSSSC) ପକ୍ଷରୁ ଆସିଛି ବଡ ଖବର । RI, ICDS ସୁପରଭାଇଜର, ARI, ଅମିନ ପରୀକ୍ଷାରେ ସମସ୍ତେ ପ୍ରିଲିମ୍‌ ପାସ୍‌ । ପ୍ରିଲିମନାରୀ ପରୀକ୍ଷା ଦେଇଥିବା ସମସ୍ତେ ଦେଇପାରିବେ ମେନ୍‌ ପରୀକ୍ଷା ୨୦୨୪ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ହୋଇଥିଲା ପ୍ରିଲିମ୍‌ ପରୀକ୍ଷା ।

OSSSC ପକ୍ଷରୁ ଜାରି ନୋଟିଫିକେସନ ଅନୁସାରେ, ପ୍ରିଲିମିନାରୀ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ସମସ୍ତ ପରୀକ୍ଷାର୍ଥୀ ମେନ୍‌ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ପରୀକ୍ଷା ମାଧ୍ୟମରେ ମୋଟ ୨୮୯୫ଟି ପଦବୀ ପୂରଣ କରାଯିବ, ଯେଉଁଥିରେ ୫୫୯ଟି RI, ୮୨୭ଟି ARI, ୬୮୬ଟି ଅମିନ, ୪୯୮ଟି ICDS ସୁପରଭାଇଜର ଏବଂ ୩୨୫ଟି SFS ପଦବୀ ରହିଛି।

ପରୀକ୍ଷାର୍ଥୀମାନେ ଅଫିସିଆଲ ଓ୍ୱେବସାଇଟକୁ ଯାଇ ଫଳାଫଳ ଯାଞ୍ଚ କରିପାରିବେ।

କେବଳ ପ୍ରିଲିମ୍‌ରେ କପି କରି ଧରା ପଡିଥିବା ୯ ଜଣ ମେନ୍ ଦେଇପାରିବେନି ବୋଲି ଓଏସଏସଏସସି ପକ୍ଷରୁ କୁହାଯାଇଛି।

ଗତବର୍ଷ ପରୀକ୍ଷା ସମୟରେ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଥିଲା, ଯେଉଁଥିପାଇଁ ପରୀକ୍ଷାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ, OSSSC ଏହି ବର୍ଷ ଏକ ଏପରି ନିଷ୍ପତ୍ତି ନେଇ ସମସ୍ତ ପରୀକ୍ଷାର୍ଥୀଙ୍କୁ ମେନ୍‌ ପରୀକ୍ଷାରେ ଅଂଶଗ୍ରହଣ କରିବାର ସୁଯୋଗ ପ୍ରଦାନ କରିଛି।

Comments are closed.