କଟକ:ଓଟିଇଟି -୨୦୨୬ ପରୀକ୍ଷା ମେ ୨୯ ତାରିଖରେ ହେବ । ଆସନ୍ତା ୨୬ରୁ ଏପ୍ରିଲ ୯ ତାରିଖ ମଧ୍ୟରେ ଅନଲାଇନ୍ ଆବେଦନ ।ଏ ନେଇ ସୋମବାର ମାଧ୍ୟମିକ ଶିକ୍ଷା ବୋର୍ଡ (BSE), ଓଡ଼ିଶା ପକ୍ଷରୁ ପ୍ରବେଶିକା ପରୀକ୍ଷାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ସରକାରୀ ୱେବସାଇଟ୍ www.bseodisha.nic.in ରେ ଅନଲାଇନରେ ଆବେଦନ କରିପାରିବେ ଯୋଗ୍ୟ ପ୍ରାର୍ଥୀମାନେ ।
ସୂଚନାଥାଉକି, ଫି ଦେୟ ଏବଂ ଫର୍ମ ଦାଖଲ ୯ ଏପ୍ରିଲ ରାତି ୧୧.୪୫ ସୁଦ୍ଧା ଅନଲାଇନ୍ ମୋଡ୍ ମାଧ୍ୟମରେ କରାଯିବ। ଓଟିଇଟି ୨୦୨୬ ଆଡମିଟ୍ କାର୍ଡ ୧୫ ମେ ଠାରୁ ଉପଲବ୍ଧ ହେବ ।
OTET 2026 ପେପର-୧ ସକାଳ ୯ ଟାରୁ ୧୧ଟା ୩୦ମଧ୍ୟରେ ଅନୁଷ୍ଠିତ ହେବ ଓ ପେପର-୨ ଅପରାହ୍ନ ୨ ଟାରୁ ୪ଟା ୩୦ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।