Latest Odisha News

ବୋର୍ଡ ଅଫିସ ଆଗରେ ଧାରଣା ଦେଲେ ଓଟିଇଟି ପରୀକ୍ଷାର୍ଥୀ

କଟକ: ବୋର୍ଡ ଅଫିସ ଆଗରେ ଧାରଣାରେ ବସିଲେ ଓଟିଇଟି ପରୀକ୍ଷାର୍ଥୀ । ଦାବି କଲେ ଗ୍ରେସ ମାର୍କ । ଚଳିତ ଓଟିଇଟି ପରୀକ୍ଷାରେ ଉପୁଜିଥିବା ସମସ୍ୟାକୁ ନେଇ ଆଜି କଟକ ବୋର୍ଡ ଅଫିସ ଆଗରେ ଓଟିଇଟି ପରୀକ୍ଷାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ନାରାବାଜି କରିଛନ୍ତି । ବିଭିନ୍ନ ଜିଲ୍ଲାରୁ ପରୀକ୍ଷାର୍ଥୀମାନେ ଆସି ବିକ୍ଷୋଭରେ ବସି ଗ୍ରେସ ମାର୍କ ଦାବି କରିଛନ୍ତି ।

ତେବେ ଚଳିତ ବର୍ଷ ଅଗଷ୍ଟ ୧୭ ତାରିଖରେ ଆୟୋଜିତ ହୋଇଥିବା ଓଟିଇଟି ପରୀକ୍ଷା ଦିନ ପ୍ରବଳ ବର୍ଷା ଓ ଘଡଘଡି କାରଣରୁ ପରୀକ୍ଷା ଚାଲିଥିବା ବେଳେ ହଲରେ ଲାଇନ କଟିଯାଇଥିଲା । ଫଳରେ ଅନ୍ଧାରରେ ବସି ପରୀକ୍ଷା ଦେବାରେ ପିଲାଙ୍କୁ ସମସ୍ୟା ହୋଇଥିଲା । ଏନେଇ କର୍ତ୍ତୃପକ୍ଷ ମଧ୍ୟ କୌଣସି ବ୍ୟବସ୍ଥା କରିନଥିବା କଥା ଅଭିଯୋଗ କରିଥିଲେ ପରୀକ୍ଷାର୍ଥୀ । ଏହାପରେ ବି ଏଭଳି ତ୍ରୁଟି ଯୋଗୁଁ ପରୀକ୍ଷାରେ ଅଧିକ ସମୟ ମଧ୍ୟ ନଦିଆଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଆଜି ବୋର୍ଡ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପରୀକ୍ଷାର୍ଥୀ ।

ଖାଲି ସେତିକି ନୁହେଁ, ଏହା ସହିତ ପରୀକ୍ଷାର୍ଥୀ ଏହାବି କହିଛନ୍ତି ଯେ, ଏନସିଟିଇ ଗାଇଡଲାଇନ ଅନୁଯାୟୀ ବର୍ଷକୁ ଦୁଇଥର ଓଟିଇଟି ପରୀକ୍ଷା ହେବା କଥା ହେଲେ ଏବେ ୨ ବର୍ଷରେ ଥରେ ଏହି ପରୀକ୍ଷା ଆୟୋଜିତ କରାଯାଉଛି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଓଟିଇଟି ଆଶାୟୀ । ସେପଟେ ଏନେଇ ବୋର୍ଡର କିଛି ପ୍ରତିକ୍ରିୟା ମିଳିନାହିଁ ।

Comments are closed.