Latest Odisha News

BREAKING NEWS

ଓଟିପି ସେୟାରିଂ ସ୍କାମରେ ଆଉଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ଓଟିପି ସେୟାରିଂ ସ୍କାମ ମମଲାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଶନିବାର ଗିରଫ କରିଛି ସ୍ପେଶିଆଲ ଟାନ୍ସ ଫୋର୍ସ ଏବଂ ଓଡ଼ିଶା କ୍ରାଇମ ବ୍ରାଞ୍ଚ  । ଯୁବକଙ୍କ ନାମ ପ୍ରୀତମ କର ଓ ତାଙ୍କ ଘର ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁରରେ  । ଏହି ମାମଲାରେ ପୂର୍ବରୁ ଜଣେ ଶିକ୍ଷକଙ୍କୁ ମିଶାଇ ୪ ଜଣଙ୍କୁ ଗିରଫ କରାଯାଇଥିଲା । ଏହି ଘଟଣାରେ ଆଇଏସଆଇ ଲିଙ୍କର ସୁରାକ ପାଇଛି ଏସଟିଏଫ ।

ଅଧିକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରୀତମ ପ୍ରି ଆକ୍ଟିଭ ସିମ, ଡିଜିଟାଲ ୱାଲେଟ, ଆକାଉଣ୍ଟ ବ୍ୟବହାର କରି  ଏହାର ଓଟିପି ପାକିସ୍ତାନ ପଠାଉଥିଲା  । ୨୦୧୭ରୁ ପୋଲିସ ଆଖିରେ ଧୂଳି ଦେଇ ପ୍ରୀତମ ଏହି ସାଇବର କ୍ରାଇମ ଚଲାଇ ଆସୁଥିଲା । ପ୍ରୀତମୀ ଦୁଇ ଜଣ ଆଇଏସଆଇ ଏଜେଣ୍ଟଙ୍କ ସହ ସିଧାସଳଖ ଯୋଗାଯୋଗ ଥିଲା । ସେତିକି ନୁହେଁ, ଦେଶର ବିଭିନ୍ନ ସହରରେ ତାଙ୍କୁ ଏକାଧିକ ବାର ଦେଖା ମଧ୍ୟ କରିଥିଲା । ନି୍କଟରେ  ଓଟିପି ବିକ୍ରି କରି ଦେଢ ଲକ୍ଷ ଟଙ୍କା ଆଣିଥିବା ତଦନ୍ତରୁ ଜଣାଯାଇଛି ।

ପ୍ରୀତମ ପ୍ରତି ସିମ ପିଛା ୧୦ ହଜାର ଏବଂ ପ୍ରତି ଆକାଉଣ୍ଟ ପିଛା ୩୦ ହଜାର ଟଙ୍କା ଆଣୁଥିଲେ । ବିଶେଷ କରି ସେମାନେ ଇଣ୍ଡିଆ ପୋଷ୍ଟ ପେମେର୍ଟ ବ୍ୟାଙ୍କ (IPPB), ଫିନାେ କେୟାର, ଏଚଡିଏଫସି, ଆକ୍ଦିସ, ୟେଶ ବ୍ୟାଙ୍କ, ଆଇସିଆଇସିଆଇ, ଏୟାରଟେଲ ପେମେଣ୍ଟ ବ୍ୟାଙ୍କ, ପେଟିଏମ ବ୍ୟାଙ୍କର ଆକାଉଣ୍ଟକୁ ସେମାନେ ବ୍ୟବହାର କରୁଥିଲେ ।

ପ୍ରୀତମ ଅନେକ ଗୁଡିଏ  ହ୍ୱାଟସଅପ ଗ୍ରୁପ, ଫେସବୁକ ମ୍ୟାସେଞ୍ଜର ଗ୍ରୁପ, ଟେଲିଗ୍ରାମ ଗ୍ରୁପ କରିଥିଲେ । ବିଦେଶରେ ରହୁଥିବା କଷ୍ଟମରଙ୍କ ସହ ଭଏସକଲ, ଚାଟିଂରେ ଯୋଗାଯୋଗ କରୁଥିଲେ । ଏହି ହ୍ୱାଟ୍ସଅପ ଗ୍ରୁପର ନାଁ ଥିଲା “All saving AC available” ଏବଂ ଏଥିରେ ୧୧୩ ଜଣେ ସଦସ୍ୟ ଥିଲେ । ପ୍ରୀତମ ଏହାର ଆଡମିନ ଥିଲେ ।

ଏହି ଗ୍ରୁପ ମାଧ୍ୟମରେ ଓଟିପି ସେୟାର ହେଉଥିଲା । ଆଜି ଏସଟିଏଫ ଗିରଫ କରିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ।

Leave A Reply

Your email address will not be published.