Latest Odisha News

BREAKING NEWS

ବାତ୍ୟା ବିପର୍ଯ୍ୟୟକୁ ନେଇ ‘ସୌରାଷ୍ଟ୍ର’ ଓ କଚ୍ଛ ଉପକୂଳକୁ ଚେତାବନୀ

ନୂଆଦିଲ୍ଲୀ: ଭୟଙ୍କର ବାତ୍ୟା ‘ବିପର୍ଯ୍ୟୟ’ ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ପୂର୍ବକେନ୍ଦ୍ରୀୟ ଆରବସାଗରରେ ଉତ୍ତରପୂର୍ବ ଦିଗକୁ ଗତି କରୁଛି । ବାତ୍ୟା ଏବେ ମୁମ୍ବାଇ ଠାରୁ ପଶ୍ଚିମରେ ୫୫୦ କିଲୋମିଟର ଦୂରରେ ଥିବା ବେଳେ ପୋରବନ୍ଦର ଠାରକୁ ଦକ୍ଷିଣ-ଦକ୍ଷିଣପଶ୍ଚିମରେ ୪୫୦ କିଲୋମିଟର, ସମାନ ଦିଗରେ ଦେହଭୂମି ଦ୍ୱାରକାରୁ ୪୯୦ ଏବଂ ପାକିସ୍ତାନର କରାଚିଠାରୁ ଦକ୍ଷିଣରେ ୭୫୦ କିଲୋମିଟର ଦୂରରେ ରହିଛି ।

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଭୟଙ୍କର ବାତ୍ୟା ‘ବିପର୍ଯ୍ୟୟ’ ୧୪ ତାରିଖ ସକାଳ ଯାଏ ଉତ୍ତର ଦିଗରେ ଗତି କରିବ । ପରବର୍ତ୍ତୀ ସମୟରେ ବାତ୍ୟା ‘ବିପର୍ଯ୍ୟୟ’ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ସୌରାଷ୍ଟ୍ର ଏବଂ କଚ୍ଛ ସଂଲଗ୍ନ ପାକିସ୍ତାନ ଉପକୂଳକୁ ୧୫ ତାରିଖ ମଧ୍ୟାହ୍ନରେ ଅତି ଭୀଷଣ ବାତ୍ୟା ଭାବେ ଛୁଇଁବାର ଆକଳନ କରାଯାଇଛି ।

ବାତ୍ୟା ‘ବିପର୍ଯ୍ୟୟ’ ଉପକୂଳ ଛୁଇଁବା ବେଳେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ରହିବ । ଝୁଙ୍କ ପବନର ବେଗ ଘଣ୍ଟାପ୍ରତି ୧୫୦ କିଲୋମିଟର ରହିପାରେ । ପ୍ରଭାବରେ ୧୪ ତାରିଖରୁ ଗୁଜରାଟର କଚ୍ଛ, ଦେବଭୂମି ଦ୍ୱାରକା, ପୋରବନ୍ଦର, ଜାମନଗର, ରାଜକୋଟ, ଜୁନାଗଡ଼ ଓ ମୋର୍ବି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।

ସମୁଦ୍ର ଅଶାନ୍ତ ରହିବା ସହ ୨ରୁ ୩ ମିଟର ଉଚ୍ଚର ଜୁଆର ମାଡ଼ି ଆସିବାର ଆଶଙ୍କା ରହିଛି । ଆରବ ସାଗର ମଧ୍ୟକୁ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ବାରଣ କରିଛି ଭାରତୀୟ ପାଣିପାଗ ବିଭାଗ ।

Leave A Reply

Your email address will not be published.