Latest Odisha News

BREAKING NEWS

ଏପ୍ରିଲ ୨୮ରେ ଓୟୁଏଟି ଏଣ୍ଟ୍ରାନ୍ସ ପରୀକ୍ଷା

ଭୁବନେଶ୍ୱର : ଓଡିଶା ୟୁନିଭରସିଟି ଅଫ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି) ଦ୍ୱାରା ପ୍ରସ୍ତୁତ ସମସ୍ତ ସ୍ନାତକ (ୟୁଜି) ପାଠ୍ୟକ୍ରମରେ ଆଡମିସନ୍ କରିବା ପାଇଁ ପ୍ରବେଶ (ଏଣ୍ଟ୍ରାନ୍ସ) ପରୀକ୍ଷା ଏପ୍ରିଲ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ।

୨୦୧୯ ବର୍ଷ ପାଠ୍ୟକ୍ରମ ପାଇଁ ଯୁକ୍ତ ୨ ବିଜ୍ଞାନର ଛାତ୍ରଛାତ୍ରୀମାନେ ଏହି ଏଣ୍ଟ୍ରାନ୍ସ ପରୀକ୍ଷା ଦେଇପାରିବେ ।

ଏହି ଏଣ୍ଟ୍ରାନ୍ସ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ବିସ୍ତୃତ ବିବରଣୀ ବିଶ୍ୱବିଦ୍ୟାଳୟର ଅଫିସିଆଲ ୱେବସାଇଟରେ www.ouat.nic.in. ଉପଲବ୍ଧ ରହିଛି ।

ଓୟୁଏଟି କୃଷି, ଉଦ୍ୟାନକୃଷି, ପଶୁ ଚିକିତ୍ସା ବିଜ୍ଞାନ ଓ ପଶୁପାଳନ, କୃଷି ଇଞ୍ଜିନିୟରିଂ ଓ ପ୍ରଯୁକ୍ତିବିଦ୍ୟା, ମତ୍ସ ବିଜ୍ଞାନ, ଗୃହ ବିଜ୍ଞାନ ଓ ବନବିଜ୍ଞାନ (ଫରେଷ୍ଟ୍ରି) ଆଦି ପାଠ୍ୟକ୍ରମ ପ୍ରଦାନ କରୁଛି ।

Leave A Reply

Your email address will not be published.