Latest Odisha News

BREAKING NEWS

ଆଠଗଡ଼: ଅସୁସ୍ଥ ହାତୀର ଚିକିତ୍ସା କଲେ ଓୟୁଏଟି ଓ ନନ୍ଦନକାନନ ବିଶେଷଜ୍ଞ ଦଳ

ଆଠଗଡ଼ : ଆଠଗଡ଼ ଡିଭିଜନ୍ ନରସିଂହପୁର ରେଞ୍ଜ୍ ଅନ୍ତର୍ଗତ ବାଲିକିଆରି ସଂରକ୍ଷିତ ଜଙ୍ଗଲ ପରିସରରେ ଅସୁସ୍ଥ ଜଙ୍ଗଲୀ ହାତୀର ଚିକିତ୍ସା କରାଯାଉଥିବା ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି।

ଏହି ଅସୁସ୍ଥ ହାତୀଟି ଠିକ୍ ଭାବେ ଚାଲି କିମ୍ବା ଖାଇ ପାରୁନଥିବା ବେଳେ ବନ ବିଭାଗ କର୍ମଚାରୀଙ୍କ ସମେତ ଓୟୁଏଟି ଓ ନନ୍ଦନକାନନ ବିଶେଷଜ୍ଞଙ୍କ ସହାୟତାରେ ଉକ୍ତ ହାତୀଟିର ଚିକିତ୍ସା ଆରମ୍ଭ କରାଯାଇଥିଲା ।

ମିଳିଥିବା ସୂଚନାନୁଯାୟୀ ହାତୀର ଏପରି ଅବସ୍ଥା ସମ୍ପର୍କରେ ୪ ରୁ ୫ ଦିନ ତଳେ ବନ ବିଭାଗକୁ ସୂଚନା ମିଳିବା ପରେ ଉକ୍ତ ହାତୀକୁ ସୁସ୍ଥ କରିବାକୁ ଅପରେସନ୍ ଆରମ୍ଭ ହୋଇଥିଲା। ପ୍ରଥମେ ମିଇଲ୍ଡ୍ ଟ୍ରାଙ୍କୁଲାଇଜେର୍ ହାତୀ ଉପରେ ଉପଯୋଗ କରାଯାଇଥିଲା। ପରବର୍ତ୍ତୀ ସମୟରେ ବିଶେଷଜ୍ଞ ଡାକ୍ତରୀ ଦଳ ପ୍ରାୟ ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ କରି ହାତୀର ଚିକିତ୍ସା କରିଥିଲେ।

ଏହି ଜଙ୍ଗଲୀ ହାତୀର ବୟସ ପାଖାପାଖି ୫୦ ବର୍ଷ ବୟସ ହୋଇଥିବା ବେଳେ ହାତୀଟି ଢେଙ୍କାନାଳରୁ ନରସିଂହପୁର ଅଞ୍ଚଳକୁ ପଶି ଆସିଥିବା ନେଇ ଅନୁମାନ କରାଯାଉଛି ।

ଆହୁରି ମଧ୍ୟ ଚିକିତ୍ସା ପରେ ହାତୀଟି ଧିରେଧିରେ ସୁସ୍ଥ ହେଉଥିବା ନେଇ ବନବିଭାଗ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.