Latest Odisha News

BREAKING NEWS

କନ୍ଧମାଳରେ ସ୍କୁଲ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣା: ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳର ଏକ ଛାତ୍ରୀନିବାସରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ କରିବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କୁ ନିଲମ୍ବନ କରାଯାଇଛି।

ଦାରିଙ୍ଗବାଡି ବ୍ଲକ୍ ଜନମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରାଜ୍ୟ ସରକାର ଜିଲ୍ଲାପାଳ ବ୍ରୁନ୍ଦା.ଡିଙ୍କ ସୁପାରିଶକୁ ଆଧାର କରି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଜିଲ୍ଲାପାଳ ବାଲିଗୁଡା ଉପ-ଜିଲ୍ଲାପାଳଙ୍କୁ ଘଟଣା ସମ୍ପର୍କରେ ଯାଞ୍ଚ କରି ୧୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ କହିଛନ୍ତି ।

ଏହି ଘଟଣାରେ ଜିଲ୍ଲାପାଳ ଆବାସିକ ସ୍କୁଲର ଆଶାରାଣୀ ମିଶ୍ର, ନକ୍ଷତ୍ରବାଳା ସାହୁ ଏବଂ ଜୋସ୍ନା ନାୟକ ନାମକ ୩ ଆସିଷ୍ଟାଣ୍ଟ୍ ମ୍ୟାନେଜର, ଜଣେ ଏଏନ୍ଏମ୍, ୨ ମ୍ୟାଟ୍ରନ ଏବଂ ୨ ଜଣ କୁକ୍ କମ୍ ଆଟେଣ୍ଡାଣ୍ଟଙ୍କୁ କାର୍ଯ୍ୟରୁ ବିଦା କରାଯାଇଥିଲା।

ରବିବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କନ୍ଧମାଳ ଏସପି ପ୍ରତୀକ ସିଂହ କହିଛନ୍ତି, “ଏନେଇ ଦାରିଙ୍ଗବାଡି ପୋଲିସ ଏକ ମାମଲା ଦାଏର କରିଛି ଏବଂ ଏହି ଘଟଣାରେ ପୋଲିସ ଜଣେ ଯୁକ୍ତ ୩ର ଛାତ୍ର ଶ୍ରବଣ କୁମାର ପ୍ରଧାନଙ୍କୁ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଥିଲା” ।

Leave A Reply

Your email address will not be published.