Latest Odisha News

BREAKING NEWS

ଏକାମ୍ର ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

ଭୁବନେଶ୍ଵର: ଆପଣଙ୍କ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଲିଙ୍ଗରାଜଙ୍କ କାମକୁ ବନ୍ଦ କରିବା ପାଇଁ ଷଡଯନ୍ତ୍ର କଲେ, ଏହା ଠିକ୍‌ କଥା କି? ସାଂସଦ ଭାବେ ତାଙ୍କ କାମ ହେଉଛି କେନ୍ଦ୍ର ସରକାରଙ୍କଠାରୁ ବଡ ବଡ ଯୋଜନା ଆଣିବେ । ଫ୍ଲାଇ ଓଭର, ଆଇଟି ପାର୍କ, ଏମଏସଏମଇ, ଦକ୍ଷତା ବିକାଶ ଆଦି ଯୋଜନାରେ ହଜାର ହଜାର କୋଟି ଟଙ୍କା ସେ ଆଣିପାରିଥାନ୍ତେ । ବେଙ୍ଗାଲୁରୁ ଓ ଜୟପୁର ଆଦି ସହରରେ ସାଂସଦ ମାନେ ସେମାନଙ୍କ ସହର ପାଇଁ ୪୦ ହଜାର, ୫୦ ହଜାର କୋଟି ଟଙ୍କା ଆଣୁଛନ୍ତି । କିନ୍ତୁ ଦୁଃଖର କଥା, ଆପଣଙ୍କ ସାଂସଦ ଛୋଟ କଥାରେ ମାତୁଛନ୍ତି, କର୍ପୋରେଟର ମାନଙ୍କ କଥାରେ ମୁଣ୍ଡ ଖେଳାଉଛନ୍ତି । ତାଙ୍କର କିଛି ଉଚ୍ଚ ଚିନ୍ତାଧାରା ନାହିଁ କହି ଏକାମ୍ର ନିର୍ବାଚନ ମଣ୍ଡଳୀରେ ଜନସଭାକୁ ସମ୍ବୋଧିତ କରି ବର୍ଷିଛନ୍ତି ପାଣ୍ଡିଆନ ।

ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି ଯେ, ଲିଙ୍ଗରାଜ ମନ୍ଦିରକୁ ମୁଁ ସବୁ ସୋମବାର ଆସେ । ଥରେ ଶିବରାତ୍ରୀ ସମୟରେ ମୁଁ ଦେଖିଲି ମା ମାନଙ୍କ ପାଇଁ ଛିଡା ହେବାକୁ ମଧ୍ୟ ଜାଗା ନାହିଁ, ଶାନ୍ତିରେ ଦୀପ ବସାଇ ପାରୁନାହାନ୍ତି । ଏ ବିଷୟ ମୁଖ୍ୟମନ୍ତ୍ରୀଙ୍କୁ କହିବା ପରେ ଆରମ୍ଭ ହୋଇଥିଲା ଏକାମ୍ର ପ୍ରକଳ୍ପ । ଏବେ ମା ମାନେ ବହୁତ ଶାନ୍ତିରେ ପିଲାଛୁଆଙ୍କୁ ଧରି ଦୀପ ବସାଇ ପାରୁଛନ୍ତି ବୋଲି କହିଛନ୍ତି ପାଣ୍ଡିଆନ ।

ଜୁନ୍‌ ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ପ୍ରଥମ ଦସ୍ତଖତରେ ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ବିଜୁଳି ବିଲ୍‌ ଛାଡ କରିବେ । ଏଥିରେ ୯୦ ପ୍ରତିଶତ ଲୋକ କୃତକାର୍ଯ୍ୟ ହେବେ । ସେହିପରି ଦ୍ବିତୀୟ ଦସ୍ତଖତରେ ବାକି ରହିଥିବା ଲୋକଙ୍କୁ BSKYରେ ସାମିଲ କରିବେ । ସରକାରୀ କର୍ମଚାରୀ, ଅଙ୍ଗନବାଡୀ, ଆଶାକର୍ମୀ ମାନେ ମଧ୍ୟ ଏଥିରେ ସାମିଲ ହେବେ । ତୃତୀୟ ଦସ୍ତଖତରେ ମିଶନ ଶକ୍ତି କର୍ମୀ ମାନଙ୍କୁ ପେନ୍‌ସନ ମିଳିବ ବୋଲି କହିଛନ୍ତି ପାଣ୍ଡିଆନ ।

 

Leave A Reply

Your email address will not be published.