Latest Odisha News

BREAKING NEWS

ଭାରତକୁ ତାଲିବାନର ପ୍ରଶଂସା; କହିଲେ ଆମ DNA ସମାନ…

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ବ୍ୟବସାୟିକ ଅଧିବେଶନରେ ଆଫଗାନିସ୍ତାନର କୃଷି, ଜଳସେଚନ ଏବଂ ପଶୁପାଳନ ମନ୍ତ୍ରୀ ମୌଲଭି ଅତାଉଲ୍ଲା ଓମାରି ଭାରତର ଆତିଥ୍ୟକୁ ପ୍ରଶଂସା କରିଥିଲେ। ସେ ଭାବପ୍ରବଣ ହୋଇ କହିଥିଲେ ଯେ ଭାରତ ଗସ୍ତ କରିବା ତାଙ୍କ ନିଜ ଦେଶରେ, ନିଜ ଲୋକଙ୍କ ମଧ୍ୟରେ ରହିବା ଭଳି ଅନୁଭବ ହୁଏ।

ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ସାଂସ୍କୃତିକ ଏବଂ ଐତିହାସିକ ସମ୍ପର୍କକୁ ଉଲ୍ଲେଖ କରି ମନ୍ତ୍ରୀ କହିଥିଲେ, “ଆମର ଡିଏନଏ ସମାନ।”

ଆଫଗାନିସ୍ତାନର କୃଷି ମନ୍ତ୍ରୀ ମୌଲଭି ଅତାଉଲ୍ଲା ଓମାରି ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି। ସେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ PHDCCI ଦ୍ୱାରା ଆୟୋଜିତ ଭାରତ-ଆଫଗାନିସ୍ତାନ ବ୍ୟବସାୟ ସୁଯୋଗ ଶିଳ୍ପ ଅଧିବେଶନରେ ଏଭଳି କଥା କହିଥିଲେ। ସେ କହିଛନ୍ତି ଯେ ଭାରତରେ ଅବତରଣ କରିବା ପରଠାରୁ ତାଙ୍କୁ ଭାରତ ସରକାର, ବୈଦେଶିକ ମନ୍ତ୍ରୀ ଏବଂ ତାଙ୍କ ସହିତ ସାକ୍ଷାତ କରିଥିବା ବ୍ୟକ୍ତି ମାନେ ସ୍ୱାଗତ କରିଥିଲେ। ସେ କହିଥିଲେ ଯେ ଏହି ସ୍ୱାଗତ କେବଳ ତାଙ୍କ ପାଇଁ ନୁହେଁ ବରଂ ସମଗ୍ର ଆଫଗାନିସ୍ତାନ ଲୋକଙ୍କ ପାଇଁ ଆଶାର କିରଣ।

ତେବେ ଏହା ଦର୍ଶାଉଛି ଯେ ଆଫଗାନିସ୍ତାନ ଭାରତ ସହିତ ଏହାର ଦୀର୍ଘକାଳୀନ ଏବଂ ଗଭୀର ସମ୍ପର୍କକୁ ଆହୁରି ବିକଶିତ କରିବାକୁ ବହୁତ ଆଗ୍ରହୀ।

 

Comments are closed.