Latest Odisha News

BREAKING NEWS

ବଡ଼ଦାଣ୍ଡରେ ମହାପ୍ରସାଦ ନାଁରେ ବିକ୍ରି ହେବନି ଖଜା

ପୁରୀ: ଏଣିକି ବଡ଼ଦାଣ୍ଡରେ ମହାପ୍ରସାଦ ନାଁରେ ମିଳିବନି ଖଜା। ବ୍ୟବସାୟୀମାନେ ପୁରୀ ବଡ଼ଦାଣ୍ଡରେ ମହାପ୍ରସାଦ ନାଁରେ ଖଜା ବିକ୍ରି କରିପାରିବେ ନାହିଁ। ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ନାଁରେ ଖଜା ବିକିଲେ ହେବ କାର୍ଯ୍ୟାନୁଷ୍ଠାନ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସାୟୀଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ। ଏହି ସମ୍ପର୍କରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ବଡ଼ଦାଣ୍ଡରେ କିଛି ବ୍ୟବସାୟୀ ମହାପ୍ରସାଦ ନାମରେ ଖଜା ବିକ୍ରି କରୁଛନ୍ତି, ଆଗାମୀ ଦିନରେ ଏପରି କାଳେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ଏନେଇ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସରେ ସୂଚନା ଦେଇଛନ୍ତି ଶ୍ରୀ ପାଢୀ।  ଶ୍ରୀ ପାଢ଼ୀ ଲେଖିଛନ୍ତି, ମହାପ୍ରଭୁଙ୍କୁ ଲାଗିପରେ ଶ୍ରୀମନ୍ଦିର ଆନନ୍ଦବଜାରରେ ଖଜା ମହାପ୍ରସାଦ ବିକ୍ରି ହୋଇଥାଏ। କିନ୍ତୁ ଶ୍ରୀମନ୍ଦିର ବାହାରେ, ଏପରିକି ବଡ଼ଦାଣ୍ଡରେ କିଛି ବ୍ୟବସାୟୀ ମହାପ୍ରସାଦ ନାମରେ ଖଜା ବିକ୍ରି କରୁଥିବା ଦୃଷ୍ଟିଗୋଚର ହୋଇଛି।  ଯାହାକି ସମ୍ପୂର୍ଣ୍ଣ ଭାବରେ ଭୁଲ୍। ତେଣୁ ଏଥିରୁ ବିରତ ରହିବା ସହ ଭକ୍ତଙ୍କୁ ବିଭ୍ରାନ୍ତ ନ କରିବାକୁ ସମସ୍ତ ଖଜା ବ୍ୟବସାୟୀଙ୍କୁ ପରାମର୍ଶ ଦିଆଯାଉଛି। ଶ୍ରୀକ୍ଷେତ୍ରକୁ ଆସୁଥିବା ଅଗଣିତ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେବା ଆମ ସମସ୍ତଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ। ଏଥିରେ ବ୍ୟତିକ୍ରମ ହେଲେ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ପାଢୀ ଏକ୍ସରେ ଉଲ୍ଲେଖ କରିଛନ୍ତି।

 

Comments are closed.