Latest Odisha News

ସରକାରଙ୍କ ଉନ୍ନତ ଚିକିତ୍ସା ସେବାର ସତ, ବିଜୁଳି ବିଭ୍ରାଟ ପରେ ଟର୍ଚ୍ଚ ଲାଇଟରେ ହେଲା ଚିକିତ୍ସା

ସୁନ୍ଦରଗଡ: ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଜୁଳି ବିଭ୍ରାଟ ପରେ ରୋଗୀଙ୍କୁ ମୋବାଇଲ ଟର୍ଚ୍ଚ ଲାଇଟରେ କିତ୍ସା କରିଛନ୍ତି ଡାକ୍ତର। ଏହି ଘଟଣା ଏବେ ରାଜ୍ୟ ସରକାରଙ୍କ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ଦାବି ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନା ମୁତାବକ, ନିକଟରେ ଜଣେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ମୋବାଇଲ ଟର୍ଚଲାଇଟ୍ ସାହାଯ୍ୟରେ ଚିକିତ୍ସା କରାଯାଇଥିଲା। ଡାକ୍ତରଖାନାରେ ବିକଳ୍ପ ବିଜୁଳି ବ୍ୟବସ୍ଥା ନଥିବାରୁ ଡାକ୍ତରମାନେ ମୋବାଇଲ ଟର୍ଚଲାଇଟ୍ ଜରିଆରେ ମହିଳାଙ୍କ ଚିକିତ୍ସା କରିବାକୁ ବାଧ୍ୟ ହୋଇଥିଲେ।

ସେହିପରି ଡାକ୍ତରଖାନାର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ବିଜୁଳି ନଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡାକ୍ତରଖାନାରେ ଥିବା ଜେନେରେଟର ଠିକ୍ ଭାବେ କାମ କରୁ ନ ଥିବା ବେଳେ ଅନ୍ୟ କୌଣସି ବ୍ୟାକଅପ୍ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେଉନାହିଁ। ଫଳରେ ରୋଗୀ ବିଶେଷ କରି ନବଜାତ ଶିଶୁ ଓ ସେମାନଙ୍କ ମା’ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ରୋଗୀଙ୍କ ସମ୍ପର୍କୀୟ ରମେଶ ସୋନି କହିଛନ୍ତି, “ଯେତେବେଳେ ବିଜୁଳି ବିଭ୍ରାଟ ହୁଏ, ଡାକ୍ତରଖାନାରେ ବିକଳ୍ପ ବ୍ୟବସ୍ଥା ନଥିବାରୁ ରୋଗୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

ହସ୍ପିଟାଲ କର୍ତ୍ତୃପକ୍ଷ ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିବା ସହ ଜେନେରେଟର ମରାମତି ପାଇଁ କାମ କରୁଥିବା କହିଛନ୍ତି। ଖୁବ୍ ଶୀଘ୍ର ମେଡିକାଲକୁ ନୂଆ ଜେନେରେଟର ଆଣିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ଏହି ଘଟଣା ସରକାରୀ ଡାକ୍ତରଖାନାରେ ଉପୟୁକ୍ତ ଭିତ୍ତିଭୂମିର ଆବଶ୍ୟକତାକୁ ମନେ ପକାଇ ଦେଉଛି। ଏହା ରାଜ୍ୟ ସରକାରଙ୍କ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ଦାବିକୁ ମଧ୍ୟ ଶକ୍ତ ଧକ୍କା ଦେଉଛି।

Comments are closed.