Latest Odisha News

BREAKING NEWS

ମିନା କୁମାରୀଙ୍କ ବାୟୋପିକ୍‌ରେ ନଜର ଆସିବେ କ୍ରିତି ସାନନ

ମୁମ୍ବାଇ: ଲୋକପ୍ରିୟ ଭେଟେରାନ ଅଭିନେତ୍ରୀଙ୍କ ମଧ୍ୟରୁ ମିନା କୁମାରୀ ହେଉଛନ୍ତି ଅନ୍ୟତମ । ସେ ଫିଲ୍ମରେ ପାୱାରଫୁଲ ଚରିତ୍ରରେ ଅଭିନୟ କରୁଥିବାରୁ ତାଙ୍କୁ ବଲିଉଡ଼ରେ ‘ଟ୍ରାଜେଡି କୁଇନ’ ଭାବେ ବେଶ୍ ପରିଚିତ । ଏହି ଭେଟେରାନ ଅଭିନେତ୍ରୀଙ୍କ ଏକ ବାୟୋପିକ୍ ଉପରେ ଏକ ଫିଲ୍ମ ନିର୍ମାଣ ହେଉଛି । ଏହାର କାମ ଜୋରସୋରରେ ଚାଲିଛି । ଏଥିରେ ପ୍ରଥମର ଥର ଲାଗି ଡିଜାଇନର ମନୀଷ ମଲହୋତ୍ରା ନିର୍ଦ୍ଦେଶନା ଦେବେ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତ୍ରୀ କ୍ରିତି ସାନନ୍ ।

BjdElectrycity

ଏହି ଫିଲ୍ମ ଭୂଷଣ କୁମାରଙ୍କ ପ୍ରଯୋଜନାରେ ନିର୍ମିତ ହେବ । ବର୍ତ୍ତମାନ ଏହା ସ୍କ୍ରିପ୍ଟିଂ ମୋଡରେ ଅଛିି । ମନୀଷ ମଲହୋତ୍ରା କହିଛନ୍ତି ଯେ ମୀନା କୁମାରୀଙ୍କ ଭଳି ଯାଦୁକୁ ପୁନଃ ନିର୍ମାଣ କରିବା ତାଙ୍କର ଦୀର୍ଘ ଦିନର ସ୍ୱପ୍ନ । ଏହା ଖୁବ୍ ଶୀଘ୍ର ପୂରଣ ହେବାକୁ ଯାଉଛି । ତାଙ୍କ ଚରିତ୍ରରେ ନଜର ଆସିବେ କ୍ରିତି । କ୍ରିତି ଏହି ଭୂମିକାକୁ ଭଲ ଭାବେ ନିଭାଇ ପାରିବେ ବୋଲି ତାଙ୍କର ଆଶା ।

Leave A Reply

Your email address will not be published.