ନୂଆପଡା: ପୁଣି ଖଡ଼ିଆଳ ବନ ବିଭାଗକୁ ସଫଳତା । ବଜ୍ରକାପ୍ତା କାତି ସହ ତିନି ଶିକାରୀ ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ୧ କେଜି ୮୦୦ଗ୍ରାମର ପ୍ରାୟ ୩୫୦ଗୋଟି କାତି ଉଦ୍ଧାର କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଖଡ଼ିଆଳ ବ୍ଲକ ଭୀମାଖୋଲ ଗ୍ରାମ ର ଦୁଇ ଜଣ ଓ ସିନାପାଲି ସାଗୁନଭାଡି ଗ୍ରାମର ଜଣେ ବ୍ୟକ୍ତି ବୋଲି ଜଣାପଡଛି l
ସୂଚନା ଅନୁସାରେ, ବଜ୍ରକାପ୍ତା କାତି ଚୋରାକାରବାର ନେଇ ବିଶେଷ ସୂତ୍ରରୁ ଛତିଶଗଡ଼ ଉଦନ୍ତୀ ସୀତା ନଦୀ ଟାଇଗର ପ୍ରୋଜେକ୍ଟ ଦ୍ଵାରା ଖବର ପାଇ ଖଡ଼ିଆଳ ବନ ବିଭାଗ ଏକ ସ୍ବତନ୍ତ୍ର ଟିମ ଗଠନ କରିଥିଲା । ସୋମବାର ସନ୍ଧ୍ୟା ସମୟରେ କିରକିଟା ପଞ୍ଚାୟତର ଜୁନାପାନି ଛକ ଠାରେ ବଜ୍ରକାପ୍ତାକୁ ମାରି ତାର କାତି ବିକ୍ରି କରିବା ପାଇଁ ଯୋଜନା କରୁଥିବା ବେଳେ ତିନି ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ । ଏହା ସହ ସେମାନଙ୍କ ମିକଟରୁ ୧ କେଜି ୮୦୦ଗ୍ରାମର ପ୍ରାୟ ୩୫୦ଗୋଟି କାତି ଉଦ୍ଧାର କରାଯାଇଥିଲା ।
ସେମାନଙ୍କୁ ପଚରା ଉଚରା ସହ ଆଜି ସିନ୍ ରିକ୍ରିଏସନ କରାଯିବା ସହିତ କୋର୍ଟ ଚାଲାଣ କରାଯାଇଛି। ଏନେଇ ଏକ ସାମ୍ବାଦିକ ସମ୍ମଳନୀ ଜରିଆରେ ଖଡ଼ିଆଳ ଡିଏଫଓ ସୂଚନା ଦେଇଛନ୍ତି । ତେବେ ତଦନ୍ତ ଚାଲିଥିବାରୁ ଅଭିଯୁକ୍ତଙ୍କ ନାମ ଗୋପନ ରଖାଯାଇଥିବା ଖଡ଼ିଆଳ ଡିଏଫଓ ଅଜିଜ୍ ଖାନ କହିଛନ୍ତି ।