Latest Odisha News

BREAKING NEWS

ବଡ଼ମ୍ବା ସିଂହନାଥ ପୀଠ ଟି-ବ୍ରିଜରେ ଦଳାଚକଟା, ୧୦ରୁ ଅଧିକ ଗୁରୁତର

ଆଠଗଡ଼: ମକର ମେଳାର ଅଘଟଣ । ବଡ଼ମ୍ବା ସିଂହନାଥ ପୀଠକୁ ସଂଯୋଗ କରୁଥିବା ଟି-ବ୍ରିଜରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ମନ୍ଦିରରୁ ସଂଯୋଗ କରୁଥିବା ଅଣଓସାରିଆ ରାସ୍ତାରେ ଦଳାଚକଟା ହୋଇଥିବା ବେଳେ ୧୦ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି । କିଛି ଶ୍ରଦ୍ଧାଳୁ ଜୀବନ ବିକଳରେ ମହାନଦୀକୁ ଡେଇଁ ପଡ଼ିଛନ୍ତି ।

ଆହତଙ୍କୁ ବଡ଼ମ୍ବା ମେଡିକାଲରେ ଭର୍ତ୍ତି କରାଯାଇଛି । ଆଠଗଡ଼ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ୨ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଆଗମନ ଯୋଗୁ ଭିଡ଼ ବଢ଼ିଗଲା । ଏବେ ସ୍ଥିତି ନିୟନ୍ତ୍ରଣ ଆଡ଼କୁ ଯାଉଛି । ତେବେ ମକର ସଂକ୍ରାନ୍ତିରେ ସିଂହନାଥଙ୍କ ପୀଠରେ ପ୍ରବଳ ଭିଡ଼ ହୋଇଥାଏ ।

ତେବେ କାହିଁକି ପ୍ରଶାସନ ଭିଡ଼କୁ ନିୟନ୍ତ୍ରଣ କରିବାରେ ବିଫଳ ହେଲା ? ମକର ସଂକ୍ରାନ୍ତିରେ ଏତେ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିବେ ବୋଲି ଜାଣି ନଥିଲା କି ପ୍ରଶାସନ ? ଏବେ ଅନ୍ଧାର ହୋଇ ଯାଇଥିବାରୁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରୁନି । ପୋଲ ଛଡ଼ା ସେଠୁ ବାହାରିବାର ଆଉ କିଛି ବିକଳ୍ପ ଉପାୟ ବି ନାହିଁ ।

Leave A Reply

Your email address will not be published.