Latest Odisha News

BREAKING NEWS

ହିନ୍ଦୁଙ୍କୁ ବିବାହ ପାଇଁ ଧର୍ମ ତ୍ୟାଗ କଲେ ମୁସଲମାନ ଯୁବତୀ

ଲକ୍ଷ୍ନୗେ:  ପ୍ରେମ , ଅଢେଇ ଅକ୍ଷରର ଏହି ଶବ୍ଦରେ ଭରି ରହିଛି ଅନେକ ଗୁଡିଏ ମହତ୍ତ୍ବ । ପ୍ରେମ କେତେବେଳେ ଆଉ କାହା ସାଥିରେ ହୋଇଥାଏ ଜାଣା ପଡିନଥାଏ  । ସେଥିପାଇଁ ତ ପ୍ରେମକୁ ଅନ୍ଧବୋଲି କୁହାଯାଏ । ପ୍ରେମ ଦେଖେ ନାହିଁ ଜାତି କି ନୀତି  । ଆଉ ପ୍ରେମ ମାନେ ନାହିଁ ବୟସର ତାରତମ୍ୟ । ସେଥିପାଇଁତ ପ୍ରେମକୁ କୁହାଯାଏ, ପ୍ରେମ ସାଶ୍ବତ, ପ୍ରେମ ଅମର, ପ୍ରେମ ଚିରନ୍ତନ । ପ୍ରେମ ମାନେନା କୗଣସି ବନ୍ଧ ବାଡ଼ । ମାନେ ନାହିଁ ଉଚ୍ଚ ନୀଚ ଜାତି ଧର୍ମ । ଏକଥା କେବଳ ଆମେ କହୁନୁ । ଏ କଥାକୁ  ବି ପ୍ରମାଣିତ କରି ଦେଖାଇଛନ୍ତି ଏହି ଯୁବକ ଯୁବତୀ ।

ଉତ୍ତରପ୍ରଦେଶର ବଦାୟୁଁରେ ଜଣେ ମୁସଲ୍‌ମାନ ଯୁବତୀ ଘରୁ ପଳାଇ ପୂରା ରୀତିନୀତିର ସହ ଜଣେ ହିନ୍ଦୁ ଯୁବକଙ୍କୁ ବିବାହ କରିଛନ୍ତି । ଆଉ ବନିଯାଇଛନ୍ତି ଇଲ୍‌ମାରୁ ସୋମେଶଙ୍କ ସୌମ୍ୟା । ବିବାହ ପରେ ସୋମ୍ୟା ଗାଁର ମୁଖିଆଙ୍କୁ ଭେଟି ତାଙ୍କ ଜୀବନ ପ୍ରତି ବିପଦ ଥିବା କହି ଗୁହାରି କରିଛନ୍ତି।

ସୂଚନା ଅନୁଯାୟୀ, ଏହି ମୁସ୍‌ଲମାନ ଯୁବତୀ ଜଣକ ପ୍ରେମ ପାଇଁ ନିଜ ଧର୍ମ ତ୍ୟାଗ କରି ବରେଲିର ଅଗସ୍ତ୍ୟ ମୁନି ଆଶ୍ରମରେ ନିଜ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଯୁବକ ସୋମେଶଙ୍କୁ ବିବାହ କରିଛନ୍ତି । ଯାହା ଏବେ ଚାଞ୍ଚଲ୍ୟ ଖେଳାଇଛି।

ଏ ନେଇ ବରେଲିର ଅଗସ୍ତ୍ୟ ମୁନି ଆଶ୍ରମର ପଣ୍ଡିତ କେ‌କେ ଶଂଖଧାର ତାଙ୍କର ମତ ରଖି କହିଛନ୍ତି ଯେ ‘ଦୁହିଁଙ୍କ ବିବାହ ହିନ୍ଦୁ ରୀତିନୀତି ଅନୁସାରେ କରାଯାଇଛି। ବଦାୟୁଁ ଜିଲ୍ଲାର ବାସିନ୍ଦା ମୁସ୍‌ଲମାନ ଯୁବତୀ ଜଣକ ସୋମେଶଙ୍କୁ ଅନେକ ବର୍ଷରୁ ଜାଣିଛନ୍ତି। ପ୍ରଥମେ ସେ ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ବ ସୃଷ୍ଟି ହେବା ପରେ ପରବର୍ତ୍ତୀ ମୁହୂର୍ତ୍ତରେ ପ୍ରେମ ହୋଇଥିଲା। ଫଳରେ ଧର୍ମ ଭିନ୍ନ ସତ୍ତ୍ବେ ଏହି ପ୍ରେମୀଯୁଗଳ ବିବାହ ନିଷ୍ପତ୍ତି ନେଇଥିଲେ।’

ତେବେ ବିବାହ ପରେ ଗଣମାଧ୍ୟମରେ ନିଜର ମତ ରଖି ସୋମେଶ କହିଛନ୍ତି ଯେ, ‘ବିବାହ ପୂର୍ବରୁ ସୋମ୍ୟାଙ୍କ ଘରକୁ ମୋର ଯିବାଆସିବା ଥିଲା। କିଛି ଦିନର ମିଳାମିଶା ମଧ୍ୟରେ ‌ଆମକୁ ପ୍ରେମ ହୋଇଗଲା। ସୋମ୍ୟା‌ଙ୍କୁ ହିନ୍ଦୁ ଧର୍ମ ଖୁବ୍ ପସନ୍ଦ ଥିଲା। ସେ ମୋତେ ବିବାହ କରିବାକୁ ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ ନିଷ୍ପତ୍ତି ନେଇଛନ୍ତି।

 

Leave A Reply

Your email address will not be published.