Latest Odisha News

ଚାମ୍ପିଅନ୍ସ ଟ୍ରଫି ଡ୍ୟୁଟି କରିବାକୁ ମନା କରିବାରୁ ୧୦୦ ପୋଲିସକର୍ମୀ ବହିଷ୍କୃତ

ନୂଆଦିଲ୍ଲୀ: ପାକିସ୍ତାନରେ ନୂଆ ଡ୍ରାମା। ଚାମ୍ପିଅନ୍ସ ଟ୍ରଫି ଡ୍ୟୁଟି କରିବାକୁ ମନା କରିବାରୁ ୧୦୦ ପୋଲିସକର୍ମୀ ବହିଷ୍କୃତ। ପାକିସ୍ତାନ ଦୀର୍ଘ ୨୭ ବର୍ଷ ପରେ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରୁଛି। କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ବିବାଦରେ ରହିଛି।

ପାକିସ୍ତାନର ପଞ୍ଜାବ ପ୍ରାନ୍ତରୁ ୧୦୦ରୁ ଅଧିକ ପୋଲିସକର୍ମୀଙ୍କୁ ବହିଷ୍କୃତ କରାଯାଇଛି। ଏମାନେ ଚାମ୍ପିଅନ୍ସ ଟ୍ରଫି ଡିଟ୍ୟୁ କରିବାକୁ ମନା କରିଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ବହିଷ୍କୃତ ପୋଲିସକର୍ମୀଙ୍କୁ ବାରମ୍ବାର ଡ୍ୟୁଟିରୁ ଗାଏବ ହୋଇଥିଲେ। ଏହାଛଡ଼ା ଅଧିକ ସଂଖ୍ୟାରେ ପୋଲିସକର୍ମୀ ଲାହୋରର ଗଦାଫି ଷ୍ଟାଡିୟମ ଏବଂ ହୋଟେଲ ମଧ୍ୟରେ ଖେଳାଳିଙ୍କ ସୁରକ୍ଷା ପାଇଁ ନିୟୋଜିତ ରହିଥିଲେ। କିନ୍ତୁ ସେମାନେ ନିଜ କର୍ତ୍ତବ୍ୟ ନକରି ଗାଏବ ରହିଥିଲେ।

ଏଥିପାଇଁ ଏମାନଙ୍କୁ ବହିଷ୍କୃତ କରାଯାଇଛି। ଏତେ ବଡ ଟୁର୍ଣ୍ଣାମେଣ୍ଟରେ ଏଭଳି ଦାୟିତ୍ବହୀନ କାମ କରିଥିବାରୁ ପୋଲିସକର୍ମୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ କାହିଁକି ପୋଲିସକର୍ମୀ ଡ୍ୟୁଟି କରିବାକୁ ମନା କରିଥିଲେ, ତାହା ଜଣାପଡିନାହିଁ।

ସୂଚନାଯୋଗ୍ୟ, ଲାହୋରର ଗଦାଫି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଜଣେ ଯୁବକ ଭାରତୀୟ ପତାକା ଉଡାଉଥିବା ଦେଖିବାକୁ ମିଳିଥିଲା। ସୁରକ୍ଷାକର୍ମୀମାନେ ଯୁବକଙ୍କ ପାଖକୁ ଯାଇ ତାଙ୍କ କଲର ଧରି ତାଙ୍କୁ ସି‌ଟ୍‌ରୁ ଉଠାଇ ନେଇଥିଲେ। ଏହାପରେ ସେମାନେ ତାଙ୍କ ପୋଷାକକୁ ଧରି ବାହରକୁ ଟାଣି ନେଇ ଯାଇଥିଲେ। ଏହାପରେ ତାଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

 

Comments are closed.