Latest Odisha News

BREAKING NEWS

୧୯ ଦିନରେ ୧୧ଟି ରାଜ୍ୟକୁ ୧୦,୦୦୦ ଟନ୍‌ରୁ ଅଧିକ LMO ପଠାଇଛି ଓଡ଼ିଶା

ଭୁବନେଶ୍ୱର: ଅମ୍ଳଜାନ ଅଭାବ ଯୋଗୁ ସାରା ଦେଶରେ ଅନେକ ଲୋକଙ୍କ ମୃତ୍ୟୁ ହେଉଥିବା ଦେଖିବାକୁ ମିଳୁଛି। ତେବେ ଏହି ଅଭାବ ଦୂର କରିବା ପାଇଁ ଓଡ଼ିଶା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି।

ଓଡ଼ିଶା ପୋଲିସର ସହାୟତାରେ ଗତ ୧୯ ଦିନ ମଧ୍ୟରେ ୧୦,୦୦୦ ଟନ୍‌ରୁ ଅଧିକ ୫୫୯ଟି ଅକ୍ସିଜେନ ଟ୍ୟାଙ୍କର୍ ୧୧ଟି ରାଜ୍ୟକୁ ପଠାଇବାରେ ସଫଳ ହୋଇପାରିଛି।

ରାଉରକେଲା, ଅନୁଗୁଲ, ଜଜପୁର ଏବଂ ଢେଙ୍କାନାଳରେ ଶିଳ୍ପ ୟୁନିଟରୁ ଏଲ୍‌ଏମ୍‌ଓର ତୁରନ୍ତ ଲୋଡିଂ, ପରିବହନ ଏବଂ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଓଡିଶା ପୋଲିସ ଏକ କରିଡର ତିଆରି କରିଛି।

ତେବେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ହରିୟାଣା, ଗୁଜରାଟ, ତାମିଲନାଡୁ, ପଞ୍ଜାବ, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ତେଲେଙ୍ଗାନାକୁ ଏଲ୍‌ଏମ୍‌ଓ ପଠାଯାଇଛି।

Leave A Reply

Your email address will not be published.