Latest Odisha News

BREAKING NEWS

ଝାରସୁଗୁଡାରେ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା, ୧୨ ଆହତ

ଝାରସୁଗୁଡ଼ା:ଝାରସୁଗୁଡ଼ା ଜିଲ୍ଲାରେ ବୁଧବାର ଏକ ବସ୍ ଓ ଟ୍ରଲର୍ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୧୨ ଜଣ ଆହତ ହୋଇଛନ୍ତି। ଲଖନପୁର ଥାନା ଅନ୍ତର୍ଗତ ଜୁନିଆନ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୫ଟା ସମୟରେ ରାଧାରାଣୀ ଯାତ୍ରୀବାହୀ ବସଟି ଲଖନପୁରରୁ ବେଲପାହାଡ ଅଭିମୁଖେ ଯାଉଥିବା ବେଳେ ଅପର ପଟୁ ଆସୁଥିବା ଏକ ଟ୍ରଲର ଟ୍ରକ ସହ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି।

ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଲଖନପୁର ଡାକ୍ତରଖାନାକୁ ପଠାଇଥିଲେ। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲା। ଏ ନେଇ ତଦନ୍ତ ଆରମ୍ଭ ହୋଇଛି।

Leave A Reply

Your email address will not be published.