Latest Odisha News

BREAKING NEWS

୧୩ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ , ୨ଗିରଫ

ଯାଜପୁର: ପୁଣି ଜବତ ହୋଇଛି ଗଞ୍ଜେଇ । ଯାଜପୁର କୁଆଖିଆ ଥାନା ପୁଲିସ ଚଢାଉ କରି ୧୩ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ତା ସହିତ ଘଟଣାରେ ସମ୍ପୃକ୍ତ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ବଡ଼ମ୍ବା ଥାନା ମାଣିଆବନ୍ଧ ଗାଁର ବଳଭଦ୍ର ବେହେରା ଓ ଆରତ ପାତ୍ର ।

ଏହି ଦୁଇ ଅଭିଯୁକ୍ତ ଅଖା ଭର୍ତ୍ତି ଗଞ୍ଜେଇ କଲିକତା ଚାଲାଣ କରୁଥିଲେ । କୁଆଖିଆ ପୁଲିସ ଚଢାଉ କରି ଏହି ସବୁ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି । ଏନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.