Latest Odisha News

BREAKING NEWS

ତପ୍ତପାଣି ଘାଟିରେ ଓଲଟିଲା ଓଜେଇଇ ଛାତ୍ରଛାତ୍ରୀଙ୍କୁ ନେଇ ଆସୁଥିବା ବସ୍, ୨୦ରୁ ଅଧିକ ଆହତ

ଗଞ୍ଜାମ: ଗଜପତି ଜିଲ୍ଲାରୁ ଓଜେଇଇ ପରୀକ୍ଷାର୍ଥୀଙ୍କୁ ନେଇ ଆସୁଥିବା ବସ୍ ମୋହନା ତପ୍ତପାଣି ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୨୦ରୁ ଅଧିକ ଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ଭିତରୁ କିଛି ଗୁରୁତର ହୋଇଥିବା ଜଣା ପଡ଼ିଛି । ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଗଜପତି ଜିଲ୍ଲାର ରାମଗିରି, ଉଦୟଗିରି, ଜିରାଙ୍ଗ ଅଞ୍ଚଳରୁ ଛାତ୍ରଛାତ୍ରୀମାନେ ଖୋର୍ଦ୍ଧାରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଦେବାକୁ ଆଜି ସନ୍ଧ୍ୟାରେ ବାହାରିଥିଲେ । ବସଟି ତପ୍ତପାଣି ଘାଟିରେ ୟୁ-ଟର୍ଣ୍ଣ ନେବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଦୁର୍ଘଟଣାସ୍ଥଳରୁ ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପହଞ୍ଚିଛି ପୋଲିସ । ବସ୍‌ରେ ପ୍ରାୟ ୪୫ ଜଣ ଛାତ୍ରଛାତ୍ରୀ ଥିଲେ ।

Leave A Reply

Your email address will not be published.