Latest Odisha News

ଓଡ଼ିଶା ବିକାଶରେ ନବୀନ ପଟ୍ଟନାୟକ ଏକ ମାଇଲ ଖୁଣ୍ଟ

ଭୁବନେଶ୍ୱର: ରାଜ୍ୟରେ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ଜଣେ ବ୍ୟକ୍ତି ନବୀନ ପଟ୍ଟନାୟକ । ବିଜୁ ବାବୁଙ୍କ ଦେହାନ୍ତ ପରେ ଓଡ଼ିଶା ଦୃଶ୍ୟପଟରେ ଅଚାନାକ ଆର୍ବିଭାବ ହୋଇଥିଲେ । ସେତେବେଳେ ଓଡ଼ିଶାବାସୀ ତାଙ୍କୁ ଏତେ ଚିହ୍ନିଥିଲେ । ସେ ବି ବୋଧେ ଓଡ଼ିଶାକୁ ଭଲଭାବେ ଜାଣିଥିଲେ । ଏହାରି ଭିତରେ ବିତିଯାଇଛି ୨୦ ବର୍ଷ । ଏହି ସମୟ ଭିତରେ ସାଢ଼େ ଚାରି କୋଟି ଓଡ଼ିଆ ତାଙ୍କର ପରିବାର ପାଲଟି ଯାଇଛନ୍ତି । ସେମାନଙ୍କ ଖୁସିରେ ସେ ବହୁତ ଖୁସି । ଲୋକଙ୍କ ଭଲ ପାଇବା ଓ ସ୍ୱଚ୍ଛ ଭାବମୂର୍ତ୍ତି ଯୋଗୁ ଦୁଇ ଦଶନ୍ଧି ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ନବୀନ ପଟ୍ଟନାୟକ ।
ଦୁଇ ଦଶନ୍ଧିର ନାୟକ

୨୦୦୦ ମସିହାରୁ ଲଗାତର ୫ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ମଳ ଓ ସ୍ୱଚ୍ଛ ଭାବମୂର୍ତ୍ତୀ, ଲୋକାଭୂମୁଖୀ ଯୋଜନା, ଦୁର୍ନୀତିମୁକ୍ତ ଓ ସୁଶାସନ ତାଙ୍କୁ କରିଛି ନେତା ନମ୍ବର ଓ୍ୱାନ୍ । ତାଙ୍କ ଶାସନ କାଳରେ ଓଡ଼ିଶାରେ ଭୋକର ଭୂଗୋଳ ବଦଳିଛି । ପ୍ରଗତି ପଥରେ ଆଗେଇଛି ରାଜ୍ୟ । ଲୋକଙ୍କୁ ଦେଇଛନ୍ତି ଖାଦ୍ୟ, ବାସଗୃହ, ସ୍ୱାସ୍ଥ୍ୟ ଭଳି ମୌଳିକ ଆବଶ୍ୟକତା । କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସହାୟତା କୁହନ୍ତୁ କି ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ସବୁଥିରେ ନବୀନ ପଟ୍ଟନାୟକଙ୍କ ଭୂମିକା ଅବିସ୍ମରଣୀୟ ।
ଓଡ଼ିଶା ରାଜନୀତିରେ ଏଣ୍ଟ୍ରି

ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଓଡ଼ିଶା ରାଜନୀତିରେ ପାଦ ଥାପିଥିଲେ ନବୀନ ପଟ୍ଟନାୟକ । ୧୯୯୭ ମସିହାରେ ଆସିକା ଲୋକସଭା ଉପନିର୍ବାଚନରେ ବିଜୟୀ ହୋଇଥିଲେ । ପରେ ୧୯୯୮ ଓ ୧୯୯୯ରେ ଦୁଇ ଥର ସାଂସଦ ହୋଇଛନ୍ତି ନବୀନ । କେନ୍ଦ୍ରରେ ବାଜପେୟୀ ସରକାରରେ ଥିଲେ ଖଣି ଓ ଇସ୍ପାତ ମନ୍ତ୍ରୀ । ୨୦୦୦ ମସିହାରେ ସେ ଗଠନ କରିଥିଲେ ବିଜୁ ଜନତା ଦଳ ।

୨୦୦୦ ମସିହାରେ ପ୍ରଥମ ଥର ନବୀନ ସମ୍ଭାଳିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ । ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ସରକାର ଥିଲା । ୨୦୦୯ରେ ବିଜେପିଠାରୁ ଅଲଗା ହୋଇ ଏକାକୀ ନିର୍ବାଚନ ଲଢିଥିଲା ବିଜେଡି । ୧୦୩ ବିଧାନସଭା ଓ ୧୪ ଲୋକସଭା ଆସନରେ ବିଜୟୀ ହୋଇଥିଲା ।

୨୦୧୪ ସାଧାରଣ ନିର୍ବାଚନରେ ନବୀନଙ୍କୁ ବିପୁଳ ଜନସମର୍ଥନ ମିଳିଥିଲା । ୨୦୧୯ରେ ସାରା ଦେଶରେ ମୋଦି ହାଓ୍ୱା ବହୁଥିଲେ ବ ଓଡ଼ିଶାରେ ନବୀନଙ୍କ ମ୍ୟାଜିକ କାମ ଦେଇଥିଲା । ପଞ୍ଚମ ଥର ତାଙ୍କ ହାତରେ ରାଜ୍ୟବାସୀ ଧରାଇଥିଲେ ଓଡ଼ିଶାର ଶାସନ ଡୋରି ।

ମହାବାତ୍ୟାର ପରେ ପରେ ୨୦୦୦ ମସିହାରେ ନବୀନ ଓଡ଼ିଶାର ଶାସନ ଡୋରି ସମ୍ଭାଳିବା ବେଳେ ରାଜସ୍ୱ ନିଅଣ୍ଟିଆ ସ୍ଥିତି ଥିଲା । ୨୦୨୦ରେ ବଦଳିଛି ରାଜ୍ୟର ଅଥନୈତିକ ଚିତ୍ର । ବଜେଟ ଆକାର ବଢ଼ିବା ସହ ରାଜ୍ୟରେ ଖାଦ୍ୟ ଶସ୍ୟ ଉତ୍ପାଦନ ବୃଦ୍ଧି ପାଇଛି ।

ପ୍ରତିଟି ନିର୍ବାଚନରେ ନବୀନଙ୍କ ଲୋକପ୍ରିୟତା ଆଗରେ ବିରୋଧୀ ଚିତପଟାଙ୍ଗ । ଭୋଟରଙ୍କ ବିଶ୍ୱାସଭାଜନ ହୋଇପାରିଛି ବିଜେଡି । ନବୀନଙ୍କୁ ମିଳିଛି ଆକୁଣ୍ଠ ଜନସମର୍ଥନ । ପ୍ରମାଣ କରି ଦେଖାଇଛନ୍ତି ସେ ଅପରାଜେୟ ଓ ଅପ୍ରତିଦ୍ୱନ୍ଦୀ । ୭୫ତମ ଜନ୍ମଦିନ ଅବସରରେ ଓଡ଼ିଶା ସମ୍ବାଦ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ ।

Leave A Reply

Your email address will not be published.