ନୂଆଦିଲ୍ଲୀ: ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଭାରତୀୟ ସେନା ମଧ୍ୟରାତ୍ରୀରେ ପାକିସ୍ତାନରେ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ କରିଥିଲା।
‘ଅପରେସନ୍ ସିନ୍ଦୂର’ ଅଧୀନରେ ଭାରତ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। ଏହି କାରଣରୁ ଉତ୍ତର ଏବଂ ପଶ୍ଚିମ ଭାରତର ଅତି କମରେ ୧୮ଟି ବିମାନବନ୍ଦରକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି। ଏହି ବିମାନବନ୍ଦର ଗୁଡ଼ିକ ମଧ୍ୟରେ ଶ୍ରୀନଗର, ଜମ୍ମୁ, ଲେହ, ଅମୃତସର, ପଠାନକୋଟ, ଚଣ୍ଡିଗଡ଼, ଯୋଧପୁର, ଜୈସଲମେର, ଶିମଲା, ଧର୍ମଶାଳା ଏବଂ ଜାମନଗର ଅନ୍ତର୍ଭୁକ୍ତ।
ସୂଚନା ଅନୁଯାୟୀ, ଅପରେସନ ସିନ୍ଦୂର ପରେ ବିମାନ ଚଳାଚଳ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ବିମାନ ବାତିଲ କରାଯାଇଛି। କେବଳ ଇଣ୍ଡିଗୋ ପ୍ରାୟ ୧୬୫ଟି ବିମାନ ବାତିଲ କରିଛି। ଦିଲ୍ଲୀ ବିମାନବନ୍ଦରରୁ ୩୫ରୁ ଅଧିକ ବିମାନ (୩୩ ପ୍ରସ୍ଥାନ, ୮ ଆଗମନ ଏବଂ ୪ ଆନ୍ତର୍ଜାତୀୟ ବିମାନ) ମଧ୍ୟ ବାତିଲ କରାଯାଇଛି।
Comments are closed.