Latest Odisha News

BREAKING NEWS

ପ୍ରାୟ ୨୦ ହଜାର ସରକାରୀ ଅଧିକାରୀ ଫେରାଇଲେ ରାସନ କାର୍ଡ଼

ଭୁବନେଶ୍ୱର: ପିଡିଏସ୍ ସାମଗ୍ରୀ ନେଉଥିବା ଅଯୋଗ୍ୟ ହିତାଧିକାରୀ ଭାବେ ପ୍ରାୟ ୨୦,୦୦୦ରୁ ଅଧିକ କର୍ମଚାରୀ ସେମାନଙ୍କର ରାସନ କାର୍ଡ ଫେରସ୍ତ କରିଛନ୍ତି।

ଶୁକ୍ରବାର ଦିନ ଗଣମାଧ୍ୟମ ସହିତ ଆଲୋଚନା ବେଳେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ ଅଯୋଗ୍ୟ ପିଡିଏସ୍ ହିତାଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ଘୋଷଣା କରିଥିଲେ। ଏହା ପରେ ପରେ ୧୨,୦୦୦ କର୍ମଚାରୀ ସେମାନଙ୍କର ରାସନ କାର୍ଡ ଫେରାଇ ଥିଲେ।ତେବେ ଶୁକ୍ରବାର ସୁଦ୍ଧା ସେମାନଙ୍କ ସଂଖ୍ୟା ୨୦,୦୦୦ରେ ପହଞ୍ଚିଛି,

ସେ ଆହୁରି ମଧ୍ଯ କହିଛନ୍ତି ଯେ “ସାର୍ବଜନୀନ ବଣ୍ଟନ ବ୍ୟବସ୍ଥାକୁ ଦୁର୍ନୀତି ମୁକ୍ତ କରିବା ପାଇଁ ଆମେ ଗତ ଅଗଷ୍ଟ ୨୨ ତାରିଖରେ ଅବୈଧ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଇ-କେୱାଇସି ଆରମ୍ଭ କରିଛୁ। ଏହା ପୂର୍ବରୁ ଅଯୋଗ୍ୟ ହିତାଧିକାରୀଙ୍କୁ ସେମାନଙ୍କର କାର୍ଡ ଫେରାଇବାକୁ ଚେତାବନୀ ଦେଇଥିଲୁ। ଯଦି କେହି ନଫେରାନ୍ତି ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦିଆଯାଇଥିଲା”।

Comments are closed.