Latest Odisha News

BREAKING NEWS

କମିଶନରେଟ୍ ପୋଲିସରେ ୨୧୦ରୁ ଅଧିକ ପୋଲିସ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ମାମଲା ବଢ଼ୁଥିବା ବେଳେ କୋଭିଡ୍ ଯୋଦ୍ଧା ବି ସଂକ୍ରମିତ ହେଉଛନ୍ତି । ଏବେ ଟ୍ୱିନ୍ ସିଟିରେ କମିଶନରେଟ୍ ପୋଲିସର ୨୧୦ରୁ ଅଧିକ ପୋଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ୧୪ ଜଣ ଅଧିକାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି ।

ଶନିବାର ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ସଂକ୍ରମିତ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ୬୩ ଜଣ କରୋନାକୁ ମାତ୍ ଦେଇଛନ୍ତି । ଏହାଛଡ଼ା ଅଗ୍ନିଶମ ବାହିନୀର ପ୍ରାୟ ୭୧ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.