Latest Odisha News

BREAKING NEWS

ଭାଙ୍ଗିଲା ସଂପର୍କ, ବବି ମିଶ୍ର ଓ କୋଏଲ ବାନାର୍ଜିଙ୍କ ବିବାହ ବିଚ୍ଛେଦ

ଭୁବନେଶ୍ୱର: ସାରା ଓଡିଶା ଥିଲା ଅଜଣା । ହେଲେ ୨୦୧୮ରେ ପରସ୍ପରଠୁ ଅଲଗା ହୋଇସାରିଛନ୍ତି ଅଭିନେତ୍ରୀ କୋଏଲ ବାନାର୍ଜି ଓ ଅଭିନେତା ବବି ମିଶ୍ର । ଆଇନଗତ ଦୁହେଁ ପରସ୍ପରଠୁ ପୃଥକ ରହୁଛନ୍ତି । ବୋଧ ହୁଏ ଏହି ଖବର ଓଲିଉଡ ଜଗତ ପାଇଁ ନୂଆ ନୁହେଁ । ହେଲେ ଚଳଚ୍ଚିତ୍ର ପ୍ରେମୀଙ୍କୁ ଏହି ଖବର ଚକିତ କରିଛି ।

ଦୁହେଁ ଅଲଗା ହେବା କଥା ବବି ମିଶ୍ର କେବେ ବି ଖୋଲାଖୋଲି ଭାବେ ଆଲୋଚନା କରିନାହାଁନ୍ତି । ତେବେ ନିକଟରେ ଖୋଦ କୋଏଲ୍ ଇନ୍‌ଷ୍ଟାଗ୍ରାମ୍ ଜରିଆରେ ନିଜ ବୈବାହିକ ଜୀବନର ସତ୍ୟତାକୁ ନେଇ ଏକ ଲମ୍ବା ଚଉଡା ବିବରଣୀ ଦେଇଛନ୍ତି ।

 

View this post on Instagram

 

A post shared by Koyel Banerjee (@koyelbanerjeee)

ପଶ୍ଚିମବଙ୍ଗର ହୋଇଥିଲେ ହେଁ କୋଏଲ ଓଲିଉଡରେ ବେଶ ସକ୍ରିୟ ଥିଲେ । ସମୟକ୍ରମେ ବବି ମିଶ୍ରଙ୍କ ସହ ତାଙ୍କର ଗଢିଉଠିଥିଲା ପ୍ରେମ ସଂପର୍କ । ଶେଷରେ ଦୁହେଁ ୨୦୧୩ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଅଜଣା କାରଣ ପାଇଁ ଦୁହେଁ ପରସ୍ପରଠୁ ଅଲଗା ରହୁଥିଲାବଳେ ବବି ମିଶ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Reply

Your email address will not be published.