Latest Odisha News

କଡ ଲେଉଟାଉଛି କରୋନା, ମାସ୍କ ପିନ୍ଧିବାକୁ ସତର୍କ ସୂଚନା ଜାରି

ନୂଆଦିଲ୍ଲୀ: କିଛି ଦିନର ବିରତି ପରେ ପୁଣି କଡ ଲେଉଟାଇଲାଣି କରୋନା । ସିଙ୍ଗାପୁରକୁ ଫେରିଛି କରୋନା । ସ୍ଥିତି ଏବେ ସାଂଘାତିକ । ଙ୍ଗାପୁରରେ କୋଭିଡ୍ -୧୯ର ଆଉ ଏକ ନୂଆ ଲହର ପ୍ରତ୍ୟାବର୍ତ୍ତନ କରିଥିବା ସୂଚନା ମିଳିଛି । ଗତ ମେ ୫ରୁ ୧୧ ପର୍ଯ୍ୟନ୍ତ ୨୬ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି। କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ସିଙ୍ଗାପୁରର ସ୍ୱାସ୍ଥ୍ୟମନ୍ତ୍ରୀ ଅଙ୍ଗ ୟେ କୁଙ୍ଗ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି।

ସୂଚନା ଅନୁସାରେ, ସିଙ୍ଗାପୁରରେ କରୋନାର ଏକ ନୂତନ ଭାରିଆଣ୍ଟ ଦେଖିବାକୁ ମିଳିଛି । ଏହି ଭାରିଆଣ୍ଟ ଦୃତ ଗତିରେ ସଂକ୍ରମିତ ହେଉଛି । ଆଗାମୀ ଦୁଇ ସପ୍ତାହ ମଧ୍ୟରେ ସଂକ୍ରମଣ ଶୀଖର ଛୁଇଁପାରେ । ଯଦି ଏପରି ହୁଏ ତେବେ ଜୁନ୍ ୧୫ରୁ ୩୦ ମଧ୍ୟରେ କରୋନାର ନୂଆ ଲହର ସିଙ୍ଗାପୁରରେ କାୟା ବିସ୍ତାର କରିବ ବୋଲି ଅନୁମାନ କରିଛି ସିଙ୍ଗାପୁର ସ୍ଵାସ୍ଥ୍ୟ ବିଭାଗ । ଯାହା ପରବର୍ତ୍ତୀ ମୂହୁର୍ତ୍ତରେ ସିଙ୍ଗାପୁର ତଥା ଦେଶ ବିଦେଶର ମୁଣ୍ଡବିନ୍ଧାର କାରଣ ସାଜିପାରେ ।

ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଗତ ସପ୍ତାହରେ ୧୩ ହଜାର ୭ ଶହ ସଂକ୍ରମିତ ଚିହ୍ନଟ ହୋଇଥିଲେ । କିନ୍ତୁ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ୨୬ ହଜାର ପାର ହୋଇଛି । ଦୈନିକ ୨୫୦ରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କରୋନାର ନୂତନ ଲହରକୁ ଦୃଷ୍ଟିରେ ରଖି ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ପ୍ରସ୍ତୁତି ଜାରି ରଖିଛି । ସମସ୍ତ ହସ୍ପିଟାଲରେ ବେଡ୍ ସଂଖ୍ୟା ବୃଦ୍ଧି କରିବାକୁ ବିଭାଗ ପରାମର୍ଶ ଦେଇଛି । ସରକାରୀ ଡାକ୍ତରଖାନାଗୁଡ଼ିକୁ ଆକ୍ରାନ୍ତଙ୍କୁ ଉପଯୁକ୍ତ ପ୍ରଭାବଶାଳୀ ଚିକିତ୍ସା ପ୍ରଦାନ କରିବାକୁ କୁହାଯାଇଛି। ସେହିପରି ଘରେ ସାମାନ୍ୟ ଅସୁସ୍ଥ ତଥା ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଦୁର୍ବଳ ବ୍ୟକ୍ତିଙ୍କ ଯତ୍ନ ନେବାକୁ ପରାମର୍ଶ ଦେଇଛି ସ୍ଵାସ୍ଥ୍ୟ ବିଭାଗ ।

Leave A Reply

Your email address will not be published.