Latest Odisha News

BREAKING NEWS

Pitabas Panda Murder: ଆଇନଜୀବୀ ପୀତବାସ ମର୍ଡର କେସ୍; ୩୦ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ

ବ୍ରହ୍ମପୁର:ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାକୁ ନେଇ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ବୈଦନାଥପୁର ପୋଲିସ। ପ୍ରାୟ ୩୦ ହାଜର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ପୋଲିସ।

ସୂଚନାଥାଉକି,ସ୍ବତନ୍ତ୍ର ଟ୍ରଙ୍କରେ କାଗଜପତ୍ର ନେଇ କୋର୍ଟକୁ ଆସିଥିଲା ପୋଲିସ । ଡିସେମ୍ବର ୯ ତାରିଖରେ ମାମଲାର କେସ୍ ଡାଏରୀ ଦାଖଲ କରିଥିଲା ପୋଲିସ। ଏହି ମାମଲାରେ ମୋଟ ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫଙ୍କ ମଧ୍ୟରେ ରହିଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାସ, କର୍ପୋରେଟର ମଳୟ ବିଷୋୟୀ, ବିକ୍ରମଙ୍କ ସହଯୋଗୀ ମଦନ ଦଳେଇ।

ତିନି ହଜାର ଚାର୍ଜସିଟ ସହ ସିଡି, କଲ ଡିଟେକ୍ଟ ରିପୋର୍ଟ ଓ ଅନ୍ୟ ରିପୋର୍ଟ ସମୁଦାୟ ପ୍ରାୟ ୩୦ ହଜାର ଡକ୍ୟୁମେଣ୍ଟ ଦାଖଲ କରିଥିବା କହିଛି ପୋଲିସ ।

Leave A Reply

Your email address will not be published.