Latest Odisha News

BREAKING NEWS

ଦେଶରେ ୩୩ ଲକ୍ଷରୁ ଅଧିକ ପିଲା ପୁଷ୍ଟିହୀନର ଶିକାର

ନୂଆଦିଲ୍ଲୀ: ଭାରତରେ ୩୩ ଲକ୍ଷରୁ ଅଧିକ ଶିଶୁ ପୁଷ୍ଟିହୀନ ଅଟନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକ ଗୁରୁତର ପୁଷ୍ଟିହୀନ ବର୍ଗରେ ଅଛନ୍ତି। ଏହି ତାଲିକାରେ ମହାରାଷ୍ଟ୍ର, ବିହାର ଏବଂ ଗୁଜୁରାଟ ଶୀର୍ଷରେ ରହିଛନ୍ତି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ କହିଛି।

କୋଭିଡ ମହାମାରୀ ସ୍ବଳ୍ପ ଆୟକାରୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ସଙ୍କଟକୁ ଆହୁରି ବଢାଇପାରେ ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଆକଳନ କରିଛି। ସୂଚନା ଅନୁଯାୟୀ ୧୭,୭୬,୯୦୨ ଶିଶୁ ଗୁରୁତର ପୁଷ୍ଟିହୀନର ଶିକାର ହୋଇଛନ୍ତି।

ମୋଟ ୩୩,୨୩,୩୨୨ ହେଉଛି ୩୪ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ତଥ୍ୟର ସଂକଳନ ବୋଲି ମନ୍ତ୍ରଣାଳୟ କହିଛି। ଗତ ବର୍ଷ ହୋଇଥିବା ପୋଷଣ ଟ୍ରାକର ଆପରେ ଏହି ସଂଖ୍ୟା ପଞ୍ଜିକୃତ ହୋଇଥିଲା।

ନଭେମ୍ବର ୨୦୨୦ ରୁ ଅକ୍ଟୋବର ୧୪, ୨୦୨୧ ମଧ୍ୟରେ SAM ପିଲାଙ୍କ ସଂଖ୍ୟାରେ ୯୧ ପ୍ରତିଶତ ବୃଦ୍ଧି ଘଟିଛି। ୯.୨୭ ଲକ୍ଷ ରୁ ବର୍ତ୍ତମାନ ଏହା ୧୭.୭୬ ଲକ୍ଷକୁ ବୃଦ୍ଧି ପାଇଛି।

Comments are closed.