Latest Odisha News

BREAKING NEWS

[ଭିଡ଼ିଓ] ସାହିତ୍ୟ ସାଧନାରେ ସମାଜସେବୀ ତୃପ୍ତି

ପୁରୀ : ପୁରୀ ପାଇଁ ସେ ଗର୍ବ ଆଉ ଗୌରବ । ଏକାଧାରରେ ସେ ଜଣେ ସମାଜସେବୀ ଓ କବୟତ୍ରୀ । ସମାଜ ସେବା ସହିତ ସାହିତ୍ୟ ସାଧନାରେ ବ୍ରତୀ ହେଉଛନ୍ତି ତୃପ୍ତି ପଣ୍ଡା । ପୁରୀ ବଳଙ୍ଗାର ବାୟାବର ଗାଁରେ ଜନ୍ମ ଗ୍ରହଣ କରିଛନ୍ତି । ପିଲାବେଳରୁ ଲେଖା ଜୀବନୀ ଆରମ୍ଭ କରିଥିବା ବେଳେ ତାଙ୍କ ଦ୍ୱାରା ଅନେକ ପୁସ୍ତକ ରଚନା ହୋଇଛି । ୮ଟି ପୁସ୍ତକ ଲେଖିବା ସହ ନିଜସ୍ୱ ଏକ ମାଗାଜିନ୍ ସମ୍ପାଦନା କରିଛନ୍ତି ।

ତାଙ୍କର ସାହିତ୍ୟ ସାଧନ ପାଇଁ ରାଜ୍ୟରୁ ନେଇ ଜାତୀୟ ସ୍ତରରେ ସେ ସମ୍ମାନୀତ ହୋଇଛନ୍ତି । ଇଟାଲୀ ଗଣତନ୍ତ୍ର ପୋଏଟ୍ରିର ଅଧ୍ୟକ୍ଷ ସେଷ୍ଟ୍ରିଆର ତୃପ୍ତି ପଣ୍ଡାଙ୍କୁ ମର୍ୟ୍ୟାଦାଜନକ ପଦକ ପ୍ରଦାନ କରିଛନ୍ତି । ନିଜର ଅଧ୍ୟବସାୟ ବଳରେ ସେ ଆଜି ଜଣେ ପ୍ରତିଷ୍ଠିତ ସାହିତ୍ୟିକାଭାବେ ପରିଚିତ ଲାଗ କରିପାରିଛନ୍ତି।

ଲେଖାରୁ ନେଇ ସମାଜ ସେବା ପାଇଁ ତାଙ୍କ ପରିବାର ଲୋକଙ୍କ ସହଯୋଗ ରହିଥିବା କୁହନ୍ତି ଲେଖିକା ତୃପ୍ତି । ତେବେ ଆଗକୁ ତାଙ୍କର ଏହି ସାହିତ୍ୟ ସାଧନା ଜାରି ରଖିବା ସହିତ ସମାଜ ସେବାରେ ନିଜକୁ ନିୟୋଜିତ କରିବାର ଲକ୍ଷ୍ୟ ରଖିଛନ୍ତି ଏହି ସାହିତ୍ୟିକା ଜଣକ . . .

 

Leave A Reply

Your email address will not be published.