ଜମ୍ମୁ: ନବରାତ୍ରୀ ଅବସରରେ ମା’ ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟକ ଭକ୍ତ ସମାଗମ ହୋଇଛି । ଜଗତଜନନୀଙ୍କ ଦର୍ଶନ ଲାଗି ଦେଶର ବିଭିନ୍ନ କୋଣ ଅନୁକୋଣରୁ ପହଞ୍ଚଛନ୍ତି ଶ୍ରଦ୍ଧାଳୁ । ଜମ୍ମୁର ରିୟାସୀ ଜିଲ୍ଲା ଅନ୍ତର୍ଗତ ତ୍ରିକୁଟ ପର୍ବତରେ ଅବସ୍ଥିତ ମା’ ବୈଷ୍ଣୋ ଦେବୀଙ୍କ ମନ୍ଦିରରେ ଚଳିତବର୍ଷ ନବରାତ୍ରୀ ଓ ଦଶହରାରେ ୪ ଲକ୍ଷରୁ ଅଧିକ ଭକ୍ତ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ।
ମା’ ବୈଷ୍ଣୋ ଦେବୀ ଶ୍ରାଇନ ବୋର୍ଡ (SMBDSB) ଅନୁଯାୟୀ, ‘ନବରାତ୍ରୀ ଆରମ୍ଭରୁ ହାରାହାରି ୪୦ ହଜାର ଭକ୍ତ ପ୍ରତିଦିନ ପୂଜାର୍ଚ୍ଚନା କରିଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷରୁ ଅଧିକ ଭକ୍ତ ଏଠାକୁ ଆସିଛନ୍ତି । ବୋର୍ଡ ପକ୍ଷରୁ କୁହାଯାଇଛିଯେ, ବିଶ୍ବର ଶାନ୍ତି, ସୌହାର୍ଦ୍ଦ୍ୟ, ସମୃଦ୍ଧି ଏବଂ ମାନବଜାତିର ଉତ୍ତମ ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ବୋର୍ଡ ପକ୍ଷରୁ ୯ ଦିନିଆ ଶତ ଚଣ୍ଡି ମହାଯଜ୍ଞ ଆୟୋଜନ କରାଯାଇଥିଲା । ଭକ୍ତଙ୍କ ବ୍ୟତୀତ ବୋର୍ଡର ସିଇଓ ଅଂଶୁଲ ଗର୍ଗ କର୍ମଚାରୀଙ୍କ ସହ ପୂର୍ଣ୍ଣ ଆହୁତି ଏବଂ ଅନ୍ୟାନ୍ୟ ରୀତିନୀତିରେ ବୈଦିକ ମନ୍ତ୍ର ଜପ କରିବା ସମୟରେ ଅଂଶଗ୍ରହଣ କରିଥିଲେ । ପଦ୍ମଶ୍ରୀ ପ୍ରଫେସର ବିଶ୍ୱମୂର୍ତ୍ତି ଶାସ୍ତ୍ରୀଙ୍କ ନେତୃତ୍ୱରେ ପଣ୍ଡିତମାନଙ୍କର ଏକ ଦଳ ମହାଯଜ୍ଞର ଆୟୋଜନ କରିଥିଲେ ।
ନବରାତ୍ରୀ ମହୋତ୍ସବରେ ଚଳିତଥର ତୀର୍ଥଯାତ୍ରାରେ ସ୍କାଏୱାକ, ପୁନଃ ନିର୍ମାଣ ହୋଇଥିବା ପାର୍ବତୀ ଭବନ, ମା’ ବୈଷ୍ଣୋ ଦେବୀ ଗୁମ୍ଫାରୁ ଭର୍ଚୁଆଲ ଦର୍ଶନ, ଶ୍ରୀ ଭୈରୋ ଜୀ ମନ୍ଦିର ପରିସର କମ୍ପ୍ଲେକ୍ସରେ ମାଗଣା ଲଙ୍ଗର ସେବା, ଭକ୍ତମାନଙ୍କ ପାଇଁ ବୋର୍ଡର ୱେବସାଇଟରେ ଲାଇଭ୍ ଦର୍ଶନର ସୁବିଧା କରାଯାଇଥିଲା । ଗତବର୍ଷ ନବରାତ୍ରୀ ସମୟରେ ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତ ଏଠାକୁ ଆସିଥିଲେ।
Comments are closed.