Latest Odisha News

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ହାମୁନ’: ଜାଣନ୍ତୁ କେତେ ରହିବ ପବନର ବେଗ ?

ଭୁବନେଶ୍ୱର:ଭୟଙ୍କର ବାତ୍ୟା ରୂପ ନେଇଥିବା ହମୁନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହୋଇ ମଙ୍ଗଳବାର ସକାଳେ ଅତି ଭୟଙ୍କର ବାତ୍ୟାରୂପ ନେଇଛି । ଆସନ୍ତା କିଛି ଘଣ୍ଟା ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ମିଡଡେ ବୁଲେଟିଂରେ ସୂଚନା ଦିଆଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବାତ୍ୟା ପୂର୍ବ-ଉତ୍ତରପୂର୍ବ ଦିଗକୁ ମୁହାଁଉଛି। ଯିବାବେଳେ ଏହାର ଗତି ଘଣ୍ଟାପ୍ରତି ୨୩ କିମି ଥିଲା । ଏହା ପାରାଦୀପଠାରୁ ୩୩୦ କିମି ଦୂର ଏବଂ ପୂର୍ବ-ଦକ୍ଷିଣପୂର୍ବ ଦୀଘାର ୨୯୦ ଦୂରରେ ରହିଛି । କିଛି ଘଣ୍ଟା ପରେ ଏହା ଅତି ଭୟଙ୍କର ବାତ୍ୟା ରୂପ ନେବ  । ଏହାପରେ ଆସ୍ତେ ଆସ୍ତେ ଦୁର୍ବଳ ହୋଇ ଉତ୍ତରପୂର୍ବ ଆଡକୁ ମୁହାଁଇବ ଏବଂ ବାଂଲାଦେଶ ଉପକୂଳ  ଖେପୁପୁରା ଏବଂ ଚିଟ୍ଟାଗଙ୍ଗ ମଧ୍ୟ ଦେଇ ଅକ୍ଟୋବର ୨୫ ତାରିଖ ସଂନ୍ଧ୍ୟାରେ ସ୍ଥଳଭାଗ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ୬୫ରୁ ୭୦ କିମି କିମ୍ବା  ବେଳେବେଳେ ୮୫ କିମି ରହିବ ବୋଲି  ପାଣିପାଗ ବିଭାଗ ସୂଚନା ଦେଇଛି ।

ଏହାର ପ୍ରଭାବରେ ଓଡ଼ିଶାର ଉପକୂଳ ଜିଲ୍ଲା ସମେତ  କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, ରାୟଗଡା ଏବଂ କୋରାପୁଟ ଜିଲ୍ଲାରେ ବୁଧବାର ସନ୍ଧ୍ୟା ସାଢ ୮ଟା ଯାଏ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ଗୋଟିଏ ବା ଦୁଇଟି ସ୍ଥାନରେ ଏବଂ ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡା, କୋରାପୁଟ ଏବଂ ମାଲକାନାଗିରି ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ସେହିପରି ବାତ୍ୟା ପ୍ରଭାବରେ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବ । ଅକ୍ଟୋବର ୨୫ ତାରିଖରେ ବେଶି ଅଶାନ୍ତ ରହିବ । ଏହି ସମୟରେ ୪୦ରୁ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଏହି ସମୟ ମଧ୍ୟରେ ନ ଯିବା ପାଇଁ କୁହାଯାଇଛି ।

Leave A Reply

Your email address will not be published.